କଲମପୁର: କଳାହାଣ୍ଡି ଜିଲ୍ଲା ଲମପୁର ବ୍ଲକ କୋଟାଗାଁ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏନେଇ ଖବରପାଇ ବିଇଓ ମଧୁସ୍ମିତା ନାଏକ ଓ ବିଆର୍ସି ହେମନ୍ତ ପଣ୍ଡା ସ୍କୁଲରେ ପହଞ୍ଚି ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସ୍କୁଲରେ ହିନ୍ଦୀ, ପିଇଟି ଓ କମ୍ପ୍ୟୁଟର ଶିକ୍ଷକ ନଥିବା ବେଳେ ପିଇବା ପାଣି ଏବଂ ସାଇକଲ ଷ୍ଟାଣ୍ଡ ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଥିବା ଜଣାଇଥିଲେ। ବିଇଓ ମଧୁସ୍ମିତା ନାଏକ ଅଭିଭାବକ ତଥା ସ୍କୁଲ କମିଟି ସଦସ୍ୟଙ୍କୁ ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲ ତାଲା ଖୋଲାଯାଇଥିଲା।
Follow Us