ଅକ୍ସିଜେନ ସିଲିଣ୍ଡର ଭର୍ତି ପାଇଁ ବାରିପଦା ଟାଉନ ଥାନା ସମ୍ମୁଖରେ ଧାରଣା ଦେଲେ ଘରୋଇ ଆମ୍ବୁଲାନ୍ସ ଓ କର୍ମଚାରୀ

Advertisment
ଅକ୍ସିଜେନ ସିଲିଣ୍ଡର ଭର୍ତି ପାଇଁ ବାରିପଦା ଟାଉନ ଥାନା ସମ୍ମୁଖରେ ଧାରଣା ଦେଲେ ଘରୋଇ ଆମ୍ବୁଲାନ୍ସ ଓ କର୍ମଚାରୀ

Sambad

ବାରିପଦା: ଘରୋଇ ଆମ୍ବୁଲାନ୍ସ ଗୁଡିକରେ ଅକ୍ସିଜେନ ସିଲିଣ୍ଡର ଗୁଡିକ ଭର୍ତି କରିବା ପାଇଁ ଦେଖାଦେଇଛି ଘୋର ଅସୁବିଧା। ଯାହାର ପ୍ରତିବାଦରେ ଆଜି ବାରିପଦା ଟାଉନ ଥାନା ସମ୍ମୁଖରେ ୯ଟି ଆମ୍ବୁଲାନ୍ସ ଛିଡା ହେବା ସହ ମାଲିକ ଓ କର୍ମଚାରୀ ଧାରଣା ଦେଇଥିଲେ। ବର୍ତମାନ କରୋନା ମହାମାରୀ ମୟୂରଭଞ୍ଜ ଜିଲ୍ଲାରେ ତାର କାୟ ବିସ୍ତାର କରିଚାଲି ଥିବା ବେଳେ କେବଳ ସରକାରୀ ଆମ୍ବୁଲାନ୍ସ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ଯଥେଷ୍ଟ ନୁହେଁ। ବର୍ତମାନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଆମ୍ବୁଲାନ୍ସରେ ଅକ୍ସିଜେନ ମହଜୁତ ରିହିବା ନିତ୍ୟାନ୍ତ ଜରୁରୀ। ତେବେ ଗତକାଲି ବାରିପଦା ସହରସ୍ଥିତ ତକତପୁର ଛେଳି ହାଟ ପରିସରରେ ଥିବା ଏକ ଦୋକାନରୁ ୩୯ ଟି ଅକ୍ସିଜେନ ସିଲିଣ୍ଡରକୁ ଜବଦ କରିଥିଲା ଟାଉନ ଥାନା ପୁଲିସ ଓ ଏଥିରେ ଜଡିତ ଜଣକୁ ଅଟକ ରଖିଥିଲେ। ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ କହିବା ଅନୁଯାୟୀ ବାରିପଦା ସହରରେ ଘରୋଇ ଆମ୍ବୁଲାନ୍ସ ଗୁଡିକ ଛେଲିହାଟ ପରିସରରେ ଥିବା ଜନୈକ ଦୋକାନୀ ଠାରୁ ଅକ୍ସିଜେନ ଭର୍ତି କରୁଥିଲେ, ଯାହାଙ୍କୁ ବର୍ତମାନ ପୋଲିସ ଅଟକ ରଖିଛି। ତେଣୁ ତାଙ୍କୁ ନଛାଡିବା ପର୍ଯ୍ୟନ୍ତ ସେମାନେ ଆମ୍ବୁଲାନ୍ସରେ ଅକ୍ସିଜେନ ଭର୍ତି କରିପାରିବେ ନାହିଁ।

publive-image Sambad

ତେଣୁ ତାଙ୍କୁ ଛାଡ଼ନ୍ତୁ କିମ୍ବା ଓକ୍ସିଜେନ ସିଲିଣ୍ଡର ଭର୍ତି ପାଇଁ ବିକଳ୍ପ ରାସ୍ତା ଦେଖାଇବା ପାଇଁ ଜିଦରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ। ପୁଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାବି ମୁତାବକ ଅକ୍ସୀଜେନ ସିଲିଣ୍ଡର ଭର୍ତ୍ତି ପାଇଁ ସିଲିଣ୍ଡର ଯୋଗାଇଦେବା ନିମନ୍ତେ ଅନୁମତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା। ଅଟକ ଗୁରୁ ସ୍ୱାମୀଙ୍କୁ କେବଳ ନୋଟିସ ଦେଇ ଛାଡିଦେବାକୁ ବିଚାର କରୁଥିବା ଜଣାପଡିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe