Sambad
ରାଇରଙ୍ଗପୁର: ରାଇରଙ୍ଗପୁର ବ୍ଲକ ହଳଦା ଗ୍ରାମ ହରିଜନସାହି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଦାବି ହେଉଛି। ସୂଚନା ଅନୁଯାୟୀ, ହଳଦା ଗ୍ରାମର ହରିଜନ ସାହିରେ ୩୦ରୁ ଅଧିକ ପରିବାର ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହେଲା ବସବାସ କରିଆସୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନଙ୍କୁ ୫୦ ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଯୋଜନା ମିଳିଥିଲା। ସୂଚନା ଅନୁଯାୟୀ, ହଳଦା ହରିଜନ ସାହି ବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ନାହିଁ। ସରକାରଙ୍କ ପକ୍ଷରୁ ଭୂମିହୀନ ମାନଙ୍କ ନିମନ୍ତେ ମିଳୁଥିବା ୪ ଡେସିମିଲ ଜମି ପାଇଁ ଜମି ପଟ୍ଟା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜମି ପଟ୍ଟା ମିଳୁନାହିଁ।
ଯାହାଫଳରେ ସେମାନେ ଆବସ ଯୋଜନାରୁ ବଞ୍ଚିତ ଅଛନ୍ତି। ହରିଜନ ସାହି ବାସିନ୍ଦାଙ୍କୁ କେବଳ ରାସନ ସାମଗ୍ରୀ ମିଳୁଛି। ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ରାଇରଙ୍ଗପୁର ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଜମି ପଟ୍ଟା ଓ ଆବାସ ଯୋଜନାରେ ତାଲିକାଭୁକ୍ତ ପାଇଁ ଦାବି କରିଛନ୍ତି।
Follow Us