ଲଘୁବନ୍ୟଜାତ ଦ୍ରବ୍ୟ ସ˚ଗ୍ରହକାରୀଙ୍କୁ ମିଳୁନି ଉଚିତ ଦର; ବିକ୍ରୀ ପାଇଁ ନାହିଁ ସରକାରୀ ବଜାର

Advertisment

ଦଲାଲ ଓ ବେପାରୀ ମାଲାମାଲ, ଇ-ମାର୍କେଟିଂ ପାଇଁ ଦାବି

ଦଲାଲ ଓ ବେପାରୀ ମାଲାମାଲ, ଇ-ମାର୍କେଟିଂ ପାଇଁ ଦାବି

ଲଘୁବନ୍ୟଜାତ ଦ୍ରବ୍ୟ ସ˚ଗ୍ରହକାରୀଙ୍କୁ ମିଳୁନି ଉଚିତ ଦର; ବିକ୍ରୀ ପାଇଁ ନାହିଁ ସରକାରୀ ବଜାର

Sambad

ଜୟପୁର: ଲଘୁବନ୍ୟଜାତ ଦ୍ରବ୍ୟ ମହୁଲ, ଟୋଲ, ଶାଳମ˚ଜି, ତେନ୍ତୁଳି ,ହରିଡ଼ା, ବାହାଡ଼ା, ଲାଖ, ମହୁ, ଅଁଳା, ଫୁଲ ଝାଡୁ ଆଦି ସ˚ଗ୍ରହକାରୀ ବନବାସୀଙ୍କୁ ସେମାନଙ୍କୁ ଉଚିତ ପ୍ରାପ୍ୟ ମିଳୁନି। ଏସବୁ ସଂଗ୍ରହ କରିବା ପାଇଁ ଦୁର୍ଗମ ଜଙ୍ଗଲ ମଧ୍ୟକୁ ବିପଦସଂକୁଳ ସ୍ଥିତିରେ ବିଭିନ୍ନ ହିଂସ୍ର ବନ୍ୟଜନ୍ତୁଙ୍କ ମଧ୍ୟରେ ଯାଇ ନିଜ ଜୀବନକୁ ବିପନ୍ନ କରି ସଂଗ୍ରହ କରୁଛନ୍ତି। ତେବେ ଜିଲ୍ଲାରେ ସରକାରୀ ଧାର୍ଯ୍ୟ ଦରରେ ବିକ୍ରୀବଟ୍ଟା କରିବା ପାଇଁ ସେପରି ବଜାର ନାହିଁ କି ସରକାରୀ ଭାବେ କ୍ରୟ କରାଯାଉନି। ସରକାର ପ˚ଚାୟତ ପକ୍ଷରୁ ଏସବୁ ବନ୍ୟଜାତ ଦ୍ରବ୍ୟ କିଣିବା ପାଇଁ ସ୍ଥାନୀୟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାରେ ସେଭଳି କେହି ଲାଇସେନ୍ସ ନେଇନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବନ୍ୟଜାତ ଦ୍ରବ୍ୟ ସ˚ଗ୍ରହକାରୀ ମାନେ ଏସବୁକୁ ସ˚ଗ୍ରହ କରି ଘରେ ବହୁ ଦିନ ଧରି ସାଇତି ରଖିବା ପାଇଁ ସ୍ଥାନ ଅଭାବ ଏବଂ ସୁରକ୍ଷିତ ରଖିବା ଉପାୟ ବି ଜାଣି ନାହାଁନ୍ତି।

publive-image Sambad

ସଂପ୍ରତି ଦେଢ଼ ବର୍ଷ ହେବା କରୋନା ସଂକ୍ରମଣ ଭୟ ଏବଂ ତା ସାଙ୍ଗକୁ ଦାରିଦ୍ରତା ଏବଂ ଯୋଗୁଁ ବାଧ୍ୟ ହୋଇ ଗାଁ ମହାଜନ, ଦଲାଲ, ବ୍ୟବସାୟୀ ମାନଙ୍କ ହାତକୁ କମ୍‌ ଦରରେ ଟେକି ଦେଉଛନ୍ତି। ଆଉ କିଛି ବନବାସୀ ପୂର୍ବ ପ୍ରଚଳିତ (ବାର୍ଟର) ପଦ୍ଧତିରେ ମଧ୍ୟ ସାପ୍ତାହିକ ହାଟରେ ସେମାନେ ସ˚ଗ୍ରହ କରିଥିବା ବନ୍ୟଜାତ ଦ୍ରବ୍ୟ ଦେଇ ସେଠାରୁ ଘରକରଣା ସାମଗ୍ରୀ ମଧ୍ୟ ଆଣୁଥିବା ଦେଖିବାକୁ ମିଳିଛି। ଆଜି ବି ଜିଲ୍ଲାର ୩୦ ପ୍ରତିଶତ ଲୋକ ବଣ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ସେମାନେ ସ˚ଗ୍ରହ କରୁଥିବା ଏହି ବନ୍ୟଜାତ ଦ୍ରବ୍ୟକୁ ବିକ୍ରୀ ପାଇଁ ଉତ୍ତମ ବଜାର ଯୋଗାଇବା ଏବ˚ ପୂର୍ବ ପ୍ରଚଳିତ ବାର୍ଟର ପଦ୍ଧତିକୁ ବନ୍ଦ କରାଇବା ଦିଗରେ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଜିଲ୍ଲାର ବନ୍ୟଜାତ ଦ୍ରବ୍ୟକୁ କପି ଭଳି ବ୍ରାଣ୍ଡ ଭାବେ ଇ-ମାର୍କେଟି˚ କରାଗଲେ ବନବାସୀ ମାନେ ଲାଭ ପାଇ ପାରିବେ ବୋଲି ବୁଦ୍ଧିଜୀବୀ ଓ ପରିବେଶ ବିତ୍ ମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe