ଖୋର୍ଦ୍ଧା ସହରରେ ହୋଲ୍ଡିଂ କର କମାଇବାକୁ ଦାବିପତ୍ର

Advertisment
ଖୋର୍ଦ୍ଧା ସହରରେ ହୋଲ୍ଡିଂ କର କମାଇବାକୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଂଚଳରେ ଲାଗୁ ହୋଇଥିବା ହୋଲ୍ଡିଂ କରକୁ କମାଇବାକୁ ଖୋର୍ଦ୍ଧା ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ଓକିଲ ସଂଘର ଏକ ପ୍ରତିନିଧୀ ଦଳ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି । ଏନେଇ ସଂଘର ସଭାପତି ବିଜୟ ସାମନ୍ତସିଂହାର କହିଛନ୍ତି ଯେ କରୋନା ପାଇଁ ବହୁ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଯାହା ଫଳରେ ଗରିବ, ଖଟିଖିଆ, ଦିନ ମଜୁରିଆମାନଙ୍କ ପକ୍ଷରେ ଏଭଳି ଚଢ଼ା ଦରରେ ହୋଲଡ଼ିଙ୍ଗ୍ କର ଦେବା କଷ୍ଟକର । ଏହାସହ ଏହି କର କମାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ମାମଲାଗୁଡ଼ିକ ମଧ୍ୟ ଆଜି ପର୍ଯ୍ୟନ୍ତ ଫଇସଲା ନ ହୋଇ ପଡ଼ିରହିଛି । ଏଣୁ ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଆଗାମୀ ଦିନରେ ଜନ ଅସନ୍ତୋଷ ଆନେ୍ଦାଳନର ରୂପ ନେବ ।

ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ଉପସଭାପତି ପ୍ରଭାତ ବେହେରା, ସମ୍ପାଦକ ପ୍ରଦୀପ ମିଶ୍ର, ବିଜୟ ଛୋଟରାୟ, ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି, ନିରଞ୍ଜନ ବାଘସିଂହ, ବିକ୍ରମ ଛୁଆଳସିଂ, ବସନ୍ତ ଭଂଜ, ଦେବବ୍ରତ ବିଶ୍ୱାଳ, ସତ୍ୟକାମ ମହାପାତ୍ର, ଲଲାଟେନ୍ଦୁ ପ୍ରଧାନ, ରୋହିତ ଲାଲା ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe