ମମତା ମେହେରଙ୍କ ହତ୍ୟା ଘଟଣାରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା 

Advertisment
ମମତା ମେହେରଙ୍କ ହତ୍ୟା ଘଟଣାରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା 

ଭଦ୍ରକ: ଶିକ୍ଷୟତ୍ରୀ ନମିତା ମେହେରଙ୍କୁ ଅପହରଣ କରାଯିବା ଓ ପରେ ହତ୍ୟା କରି ତାଙ୍କର ମରଶରୀରକୁ ମାଟି ତଳେ ପୋତି ଦେବା ଘଟଣାର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାପତିଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରା ଭଦ୍ରକ ବନ୍ତ ଛକରୁ ବାହାରି ଭଦ୍ରକ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଟାଉନ୍‌ ହଲ୍‌ ଛକ ନିକଟରେ ପ୍ରତିବାଦ କରାଯିବା ସହ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ଦାବି କରାଯାଇଥିଲା। ରାଜ୍ୟରେ ମହିଳା ମାନକ ଉପରେ ହେଉଥିବା ଅତ୍ୟାଚାରର ତୀବ୍ର ନିନ୍ଦା କରାଯାଇଥିଲା।

ଏହି ଶୋଭାଯାତ୍ରା ରେ ସହ ସହ ସଂଖ୍ୟାରେ ମହିଳା ନେତ୍ରୀ ମାନେ ଯୋଗ ଦେଇଥିଲେଯ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଭୟଙ୍କର ହେବା ବୋଲି ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ହର ପ୍ରିୟ ସାହୁ ଚେତା ବନି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe