ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୨ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେବା ପରେ ହଟିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୨ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେବା ପରେ ହଟିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡ଼ା: ଛତିଶଗଡ଼ ପୁଲିସ ଦ୍ୱାରା ଧମକ୍‌ ଓ ବାରମ୍ବାର ଚିଠି ମିଳିବା ପରେ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ଦୀର୍ଘ ୨୨ ଘଣ୍ଟାର ଧାରଣା ପ୍ରଦର୍ଶନ ପରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହଟିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଡିଆରଡିଏ ପିଡି ତପିରାମ ମାଝୀ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଅନୁପଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ସାମଲ ଅନୁପଙ୍କ ପରିବାରକୁ ଆଶ୍ୱସ୍ତି ଦେଇଛନ୍ତି ଯେ, ସେ ଏବାବଦରେ ସିବିଆଇ ତଦନ୍ତ ନେଇ ଗୃହ ବିଭାଗକୁ ଅବଗତ କରାଇବେ। ଜିଲ୍ଲାପାଳଙ୍କ ବୁଝାସୁଝା ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ।

ସୂଚନାଯୋଗ୍ୟ, ଛତିଶଗଡ଼ର ରାୟଗଡ଼ ପୁଲିସ ଦ୍ୱାରା ଧମକ ମିଳିବା ପରେ ଅନୁପଙ୍କ ପୂରା ପରିବାର ଜିଲ୍ଲାପାଳଙ୍କୁ ଫେରାଦ ଦେବା ପାଇଁ ଗତକାଲି ସନ୍ଧ୍ୟା ୭ଟାରୁ ଆଜି ସନ୍ଧ୍ୟା ୫ଟା ଯାଏଁ ଧାରଣାରେ ବସିଥିଲେ। ଅନୁପଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଭାଇ ଓ ଭାଉଜ ଧାରଣାରେ ଥିଲେ। ସେମାନେ କହିଥିଲେ ଯେ, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତିଅଧରେ ଉଠାଇନେବାକୁ କହୁଛି।

publive-image

ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଥିଲେ, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ କରିବା ସହ ମାନସିକ ନିର୍ଯାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ। ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍‌ ପଠାଇ ହଇରାଣ କରୁଛି।

ପ୍ରମୋଦ ସାଏ କହିଥିଲେ, ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଏଠାରେ ବସି ରହିବୁ। ଏଠାରୁ ଗଲେ ଆମକୁ ମାରିଦେବେ। ଅନୁପଙ୍କ ସ୍ତ୍ରୀ ସୁଷମା କହିଥିଲେ, ଘଟଣାରେ ଆମକୁ ଫସାଇ ଦିଆଯାଇଛି। ମୋ ପୁଅକୁ ପୁଲିସ ଉଠାଇ ନେବାକୁ ଧମକ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe