ଶିକ୍ଷକ ଆତ୍ମହତ୍ୟା ଘଟଣାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ

ଶିକ୍ଷକ ଆତ୍ମହତ୍ୟା ଘଟଣାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ

କୋରାପୁଟ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀ ବାସଭବନରେ ଦଶମନ୍ତପୁର ବ୍ଲକର ଚିକାମ୍ବ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଂଜନ ପଣ୍ଡାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଥିବା ଜଣାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।

ଶିକ୍ଷକ ଚିତ୍ତରଂଜନ ପଣ୍ଡା ଗତ ଡିସେମ୍ବର ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ସେଦିନ ଶିକ୍ଷକଙ୍କ ହାତଲେଖା ସୁଇସାଇଡ୍ ନୋଟ ଜବତ କରିଥିଲା ପୁଲିସ। ସୁଇସାଇଡ ନୋଟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କ ସମେତ ୭ ଜଣଙ୍କ ନାମ ଲେଖା ରହିଥିଲା । ମୃତ୍ୟୁ ପୂର୍ବରୁ ଚିତ୍ତରଂଜନ ପଣ୍ଡା ଅଭିଯୋଗ ଆଣିଥିଲେ ଯେ, ସେ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ ସେ ୭ଜଣଙ୍କୁ ଦାୟୀ କରିଥିଲେ। ସେହି ସୁଇସାଇଡ ନୋଟ୍‌ ଆଧାରରେ ପୁଲିସ ଆଜି ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି।

publive-image

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା। । ଘଟଣା ଦିନ ସେ ସକାଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଯାଇଥିଲେ। ପରେ ଶିକ୍ଷା ଅଧିକାରୀ କୌଣସି କାମରେ ବୈପାରୀଗୁଡା ଚାଲି ଯାଇଥିଲେ। ଶିକ୍ଷକ ଚିତ୍ତରଂଜନ ପଣ୍ଡା ଏକାକି ତାଙ୍କ ବାସଭବନରେ ରହିଥିଲେ। କିନ୍ତୁ ମଧ୍ୟାହ୍ନରେ ଶିକ୍ଷକଙ୍କ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ଉଠାଇ ନ ଥିଲେ। ସନ୍ଦେହ ହେବାରୁ ସେମାନେ ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଆସିଥିଲେ। କିନ୍ତୁ ଏଥିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଆଉ ଜଣଙ୍କୁ ଡାକି ବାସଭବନ ଖୋଲିବା ପରେ ଭିତରୁ ତାଙ୍କ ମୃତଦେହ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe