ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା: ଜିଲ୍ଲା ବ୍ୟବସାୟିକ ଅନୁଷ୍ଠାନର ବଜେଟ ୩୦ ଲକ୍ଷ

Advertisment
ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା: ଜିଲ୍ଲା ବ୍ୟବସାୟିକ ଅନୁଷ୍ଠାନର ବଜେଟ ୩୦ ଲକ୍ଷ

ଦେବଗଡ଼: ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ୩୧ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୯ ତାରିଖ ଦିନ ବିସର୍ଜନ କାର୍ଯ୍ୟକ୍ରମ ରହିଛି। ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ଫିକା ପଡିଥିଲା ଦେବଗଡ଼ର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା। ସେଥିପାଇଁ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟିକ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରାଯାଇଛି। ପୂଜା ସମ୍ପର୍କରେ ରବିବାର ସ୍ଥାନୀୟ ହୋଟେଲ ରୋନକ ପ୍ଲାଜାଠାରେ ଜିଲ୍ଲା ବ୍ୟବସାୟିକ ଅନୁଷ୍ଠାନର ସଭାପତି ଶମ୍ଭୁନାଥ ଗୋଏଲଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପୂଜା ପାଇଁ ୨୫ରୁ ୩୦ଲକ୍ଷ ଟଙ୍କାର ବଜେଟ ରଖାଯାଇଥିବା ଏଥିରେ ସୂଚନା ଦିଆଯାଇଛି।

୩୦ ତାରିଖ ଦିନ କଳସ ଯାତ୍ରା କରାଯାଇ ନଗର ପରିକ୍ରମା କରିବା ପରେ ସହରର ମଧ୍ୟରେ ପୂଜା ହେଉଥିବା ସ୍ଥାନରେ ପହଞ୍ଚି କଳସ ସ୍ଥାପନ କରାଯିବା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୩୧ ତାରିଖ ଦିନ ସକାଳେ ସହରର ମଧ୍ୟରେ ପୂଜା ହେଉଥିବା ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ। ପ୍ରତ୍ୟହ ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଭଜନସଂଧ୍ୟା, ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଧାନପାଟସ୍ଥିତ ବଡବଗିଚା‌ଠାରେ ଚକଲେଟ ରଙ୍ଗମଞ୍ଚ ଟିକେଟ ସୋ’ ଅପେରା ଅନୁଷ୍ଠିତ ହେବ। ଏହା ସହିତ ଫ୍ରି’ ସୋ ଅପେରାର ଦର୍ଶକ ମାନେ ମଧ୍ୟ ମଜା ଉଠାଇପାରିବେ। ପୂଜା କମିଟି ପକ୍ଷରୁ ଅନ୍ନଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଲଟେରି ମାଧ୍ୟମରେ ଲଡୁ ଉଠାଣ କରାଯିବ ଏବଂ ସେପ୍ଟେମ୍ବର ୧୧ ତାରିଖ ଦିନ ତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ପ୍ରଧାନପାଟସ୍ଥିତ ବଡ଼ ବଗିଚାଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେପ୍ଟେମ୍ବର ୯ ତାରିଖ ଦିନ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ ଶୁକଦେବ ଭଂଜ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଅରୁଣ ଗୋଏଲ, ସୁଶୀଲ ‌ଭୋଇ, କୋଷାଧ୍ୟକ୍ଷ ଅଜୟ ମିଶ୍ର, ବିରେନ ନାଏକ, ସୁବାସ ପୃଷ୍ଟିଙ୍କ ସମେତ ଅନୁଷ୍ଠାନ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe