ସିଂହଶାଳ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ଚଢ଼ଉ, ୧୦ ହାଇୱା ଜବତ

Advertisment
ସିଂହଶାଳ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ଚଢ଼ଉ, ୧୦ ହାଇୱା ଜବତ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଓ ସିଙ୍ଗୁରି ବାଲିଘାଟରେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢ଼ଉ କରାଯାଇଥିଲା। ବେଆଇନ ବାଲି ଚାଲାଣ ଅଭିଯୋଗରେ ଏସଟିଏଫ ଟିମ ୧୦ଟି ହାଇୱା ଜବତ କରିଛି। ସେଥିମଧ୍ୟରୁ ସିଂହଶାଳ ବାଲିଘାଟରୁ ୭ ଓ ସିଙ୍ଗୁରି ବାଲିଘାଟରୁ ୩ଟି ହାଇୱା ଜବତ କରିବା ସହିତ ୧୦ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ଜାରି ରଖିଛି।

ଚଢ଼ଉ ସମୟରେ ଏସଟିଏଫ ଟିମର ହାଇୱା ଧକ୍କାରେ ଗାଡ଼ିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଖବର ପାଇ ବାରକୋଟ ତହସିଲଦାର ତାପସ ଭୋଇ ଓ ବାରକୋଟ ଥାନା ଆଇଆଇସି କନକ ମାଝୀ ଗାଡ଼ିର ଯାଞ୍ଚ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe