୧୧ ପଞ୍ଚାୟତବାସୀଙ୍କ ରାସ୍ତାରୋକ

Advertisment
୧୧ ପଞ୍ଚାୟତବାସୀଙ୍କ ରାସ୍ତାରୋକ

ଦେବଗଡ଼/କଲା: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମ ନିକଟ ବିଦେଇ ବଡ଼କୁଦରରେ ନିର୍ମିତ ବିଦ୍ୟୁତ୍‌ ଗ୍ରିଡ୍‌ ଷ୍ଟେସନକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି କରି ବୁଧବାର ୧୧ଟି ପଞ୍ଚାୟତର ବାସିନ୍ଦାମାନେ ୪୯ ନମ୍ବର ଜାତୀୟ ରାଜପଥର କଲାଠାରେ ୬ ଘଣ୍ଟିଆ ରାସ୍ତାରୋକ ଡାକରା ଦେଇଥିଲେ। ତେବେ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆରମ୍ଭ ହେବାର ମାତ୍ର ଅଳ୍ପ ସମୟ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। କଲା, ବଲଣ୍ଡା, ସଇଡ଼ା, ଗୋଳାବନ୍ଧ, କାଳିଆପାଳ, ବମପରଡା, ଗୁରସଙ୍ଗ, ସରୁଆଳୀ, ମଧ୍ୟପୁର, ସିଂହଶାଳ ଓ ରାଇତାବାହାଳକୁ ବର୍ତ୍ତମାନ ବାରକୋଟ ସ୍ଥିତ ଗ୍ରିଡ୍‌ରୁ ବିଦ୍ୟୁତ ଯୋଗାଣ ହେଉଛି। ଗତ ମାସରେ ଗ୍ରିଡ୍‌ରେ ଟ୍ରାନ୍ସଫରମର ପୋଡ଼ି ଯୋଗୁଁ ଉକ୍ତ ୧୧ଟି ପଞ୍ଚାୟତକୁ ୬ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହିଥିଲା।

ବିଦେଇ ବଡ଼କୁଦରେ ନବନିର୍ମିତ ଗ୍ରିଡ୍‌କୁ କାର୍ଯ୍ୟକ୍ଷମ କରି ବିଦ୍ୟୁତ୍‌ ଯୋଗାଣ ପାଇଁ ଅନେକ ଦିନରୁ ସଂପୃକ୍ତ ପଞ୍ଚାୟତବାସୀ ଦାବି କରି ଆସୁଥିବା ବେଳେ ଗତ ଗତ ମାସ ୨୫ ତାରିଖରେ ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ। ତଥାପି କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ବୁଧବାର ସକାଳେ ୧୧ଟି ପଞ୍ଚାୟତର ବାସିନ୍ଦା କଲା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦେବଗଡ଼ େଓ୍ଵସ୍କୋ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା, ଏସଡିପିଓ ସୁଲେମାନ ଏକ୍କା, ବାରକୋଟ ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଘଟଣାସ୍ଥଳରେ ବୁଝାସୁଝା କରିଥିଲେ। ଅରୁଣ ସାହୁ, ଭାରତ ଭୂଷଣ ପ୍ରଧାନ, ନବୀନ ପ୍ରଧାନ, ସରୁଆଳୀ ସରପଞ୍ଚ ଭୋଳେଶ୍ୱର ନାୟକ, ସୁଦାମ ଚରଣ ବେହେରା, ଉତ୍ତମ ବେହେରା, ଟଙ୍କଧର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, କାଠି ସାହୁ, ମିତ୍ରଭାନୁ ସାହୁ, ବୁକୁଲୁ ବେହେରା, କ୍ଷୀର ସାହୁ, ଗିରୀଶ ଚନ୍ଦ୍ର ବେହେରା, ପଞ୍ଚୁ ସାହୁ , ସରୋଜ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ସନ୍ତୋଷ ସାହୁ, ରମଣି ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ସଞ୍ଜୟ ନାୟକ, ଜିତେନ୍ଦ୍ରିୟ ଦଳବେହେରା, ଈଶ୍ୱର ମିଶ୍ର ଓ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସହ ବହୁ ଲୋକ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe