ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା : ୪ ଗିରଫ

Advertisment

ଡିଟୋନେଟର ସହ ବନ୍ଧୁକ ଓ ଟଙ୍କା ଜବତ

ଡିଟୋନେଟର ସହ ବନ୍ଧୁକ ଓ ଟଙ୍କା ଜବତ

ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା : ୪ ଗିରଫ

ଦେବଗଡ଼ : ଦେବଗଡ ଥାନା ଛୁରିଆବାହାଳ ଗ୍ରାମ ନିକଟରେ ନିର୍ମାଣକାରୀ ସଂସ୍ଥା ଓରିଆଲ ଷ୍ଟ୍ରକଚରାଲ କଂପାନି କ୍ୟାମ୍ପରୁ ମାଓବାଦୀ ପରିଚୟ ଦେଇ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାରେ ଦେବଗଡ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରେୁ ୭୦ ହଜାର ଟଙ୍କା, ବନ୍ଧୁକ, ୪ଟି ମୋବାଇଲ, ଡିଟୋନେଟର ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାଂଚଳର ରାଜୀବ ଛତ୍ରିଆ (୨୮), ପୁରୋହିତ ରନବିଡା (୨୦), କୁଚିଣ୍ଡାର ଅନିଲ ପଲେଇ (୨୨) ଓ ଡିମିରିମୁଣ୍ଡା ଗ୍ରାମର ତନ୍ମୟ ବେହେରା। ଫେରାର ଥିବା ଆଉ ୩ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲିି ଦେବଗଡ ଥାନାରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଏସଡିପିଓ ସୁଲେମାନ ଏକ୍କା ସୂଚନା ଦେଇଛନ୍ତି। ଗୁରୁବାର ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜାନୁଆରି ୩ ତାରିଖରେ ମାଓବାଦୀ ପରିଚୟ ଦେଇ ନିର୍ମାଣକାରୀ ସଂସ୍ଥାର ମ୍ୟାନେଜରଙ୍କୁ ବଟି ମାଗିଥିବା ବେଳେ ଗତ ୧୩ ତାରିଖ ରାତିରେ ୭ ଜଣ ଦୁର୍ବୃତ୍ତ ମାଓବାଦୀ ବେଶରେ ମୁଖା ପିନ୍ଧି ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କଂପାନି ମ୍ୟାନେଜର ଭୟଭୀତ ହୋଇ କାହାକୁ ଜଣାଇ ନଥିଲେ। ପରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦେବଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe