ହାଇୱା ଧକ୍କାରେ ୪ ଗୁରୁତର, ୨ ବଳଦ ମୃତ

Advertisment
ହାଇୱା ଧକ୍କାରେ ୪ ଗୁରୁତର, ୨ ବଳଦ ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ରଞ୍ଜଣା ଗ୍ରାମ ନିକଟରେ ଆଜି ସକାଳେ ଏକ ହାଇୱା ଧକ୍କାରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହାସହିତ ୨ଟି ବଳଦର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ରଞ୍ଜଣା ଗ୍ରାମର ନାରାୟଣ ଦେହୁରୀ, କୁଦାନୀ ଦେହୁରୀ , ବିଜୁ ପ୍ରଧାନ ଏବଂ ତାଙ୍କର ତ୍ସୀ ଏକ ବଳଦଗାଡ଼ିରେ ନିକଟସ୍ଥ ଜଙ୍ଗଲକୁ ଯାଉଥିଲେ। ତେବେ ରାଞ୍ଚି-ବିଜୟୱାଡ଼ା ରାସ୍ତାର ରଞ୍ଜଣା ଗ୍ରାମ ନିକଟରେ ଏକ ହାଇୱା ସେମାନଙ୍କୁ ଧକ୍କା ଦେବା ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ନାରାୟଣ ଦେହୁରୀ ଓ କୁଦାନୀ ଦେହୁରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ବିଜୁ ପ୍ରଧାନ ଓ ତାଙ୍କର ସ୍ତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରିବା ସହ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe