ଦେବଗଡ଼: ୩ ବର୍ଷରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ, ଲମ୍ପଟ ଟ୍ୟୁସନ୍‌ ମାଷ୍ଟର ଗିରଫ

ଦେବଗଡ଼: ୩ ବର୍ଷରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ, ଲମ୍ପଟ ଟ୍ୟୁସନ୍‌ ମାଷ୍ଟର ଗିରଫ

ଦେବଗଡ଼: ‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର...’ ପରଂପରା ନାହିଁ କହିଲେ ଚଳେ। କାରଣ ଶିଷ୍ୟାଙ୍କୁ କିଛି ଗୁରୁମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏପରିକି ଗୁରୁମାନେ ସୁଯୋଗ ପାଇଲେ ଅନୈତିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଏହାର ସଦ୍ୟତମ ଉଦାହରଣ ଦେବଗଡ଼ ଜିଲ୍ଲାର କୁଣ୍ଡେଇଗୋଳା ଥାନା ଅଞ୍ଚଳରେ ମଙ୍ଗଳବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଜଣେ ଲମ୍ପଟ ଟିଉସନ୍‌ ମାଷ୍ଟର ୩ ବର୍ଷରେ ୫ ଜଣ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ରାତିରେ ଗିରଫ ହୋଇଛି।

ଟିଉସନ୍‌ ସାର୍‌ ରବୀନ୍ଦ୍ରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନେ ଲୋକଲଜ୍ଜା ଓ ଭୟରେ ନିଜ ଅଭିଭାବକଙ୍କୁ ଘଟଣା ସଂପର୍କରେ ପ୍ରକାଶ କରିପାରୁ ନଥିଲେ। କିନ୍ତୁ ରବିବାର ୨ଜଣ ଛାତ୍ରୀଙ୍କ ଠାରୁ ସେମାନଙ୍କର ଅଭିଭାବକମାନେ ଘଟଣା ସଂପର୍କରେ ଅବଗତ ହେବା ପରେ ରବୀନ୍ଦ୍ରଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା।

ଗୃହ ତ୍ୟାଗ କରି ବାବାଜୀ ହୋଇଥିଲେ, ପରେ ପୁଣି ପରିବାରକୁ ଫେରିଥିଲେ

ତଲେଇସର ଟ୍ୟୁସନ୍‌ ମାଷ୍ଟର ରବୀନ୍ଦ୍ର ସାହୁ(୪୦) ଯୁକ୍ତ ପାଠ ପଢ଼ିବା ପରେ ମହିମା ଅଲେଖ ଧର୍ମରେ ଦୀକ୍ଷିତ ହୋଇ ସନ୍ୟାସୀ ହୋଇଥିଲେ। ତେବେ ସେ କିଛି ବର୍ଷ ପରେ ଧର୍ମ ପରିତ୍ୟାଗ କରି ଗାଁକୁ ଫେରି ଆସିଥିଲେ ଓ ପାରିବାରିକ ଆର୍ଥିକ ସମସ୍ୟାକୁ ସୁଧାରିବା ପାଇଁ କିଛି ପିଲାଙ୍କୁ ଟ୍ୟୁସନ୍‌ ପଢ଼ାଉଥିଲେ। ଅବିବାହିତ ରବୀନ୍ଦ୍ରଙ୍କ ନିକଟରେ ୮ରୁ ୧୫ ବର୍ଷ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ଟ୍ୟୁସନ୍‌ ପଢୁଥିଲେ। ଥାନାରେ ଅଭିଯୋଗ ହେବା ପରେ ଏସଆଇ ବବିତା ଦେହୁରୀ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe