ମା’ ପାଠ ପଢ଼ି ଯିବାକୁ କହିବାରୁ ୭ମ ଶ୍ରେଣୀ ଛାତ୍ରୀ କଲା ଆତ୍ମହତ୍ୟା

Advertisment
ମା’ ପାଠ ପଢ଼ି ଯିବାକୁ କହିବାରୁ ୭ମ ଶ୍ରେଣୀ ଛାତ୍ରୀ କଲା ଆତ୍ମହତ୍ୟା

ଦେବଗଡ଼: ମା’ ପାଠ ପଢ଼ି ଯିବାକୁ କହିବାରୁ ୭ମ ଶ୍ରେଣୀ ଛାତ୍ରୀ ବୁଧବାର ଅପରାହ୍ନରେ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ସଦର ଥାନା ଅନ୍ତର୍ଗତ ୭ ନମ୍ବର ଓ୍ଵାର୍ଡରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ୱର୍ଗତ ସୁବର୍ଣ୍ଣ ପ୍ରଧାନଙ୍କ ଝିଅ ଉମା ପ୍ରଧାନ ଜିଲ୍ଲାର ତିଲେଇବଣୀ ବ୍ଲକ ଅନ୍ତର୍ଗତ କଂସର ଆଶ୍ରମ ହାଇସ୍କୁଲରେ ୭ମ ଶ୍ରେଣୀରେ ପଢୁଥିଲା। ହାଇସ୍କୁଲର ଛାତ୍ରୀନିବାସରେ ଉମା ରହୁଥିଲା ଓ ୨ ଦିନ ତଳେ ଘରକୁ ଆସିଥିଲା।

ପାଠପଢ଼ାକୁ ନେଇ ଉମା ଓ ତା’ର ମା’ଙ୍କ ମଧ୍ୟରେ ଆଜି ଯୁକ୍ତିତର୍କ ହୋଇଥିଲା। ଝିଅର ଯୁକ୍ତି ଥିଲା ଯେ, ସେ ପାଠ ନପଢ଼ି ଘରେ ରହିବ। ପରେ ମା’ର ଅନୁପସ୍ଥିତିର ସୁଯୋଗ ନେଇ ଉମା ବେକରେ ଓଢ଼ଣୀ ଲଗାଇ ଘର ଭିତରେ ଫାଶୀ ଲଗାଇ ଦେଇଥିଲା। ନିଜ କାମ ସାରି ମା’ ଘରକୁ ଫେରିବା ପରେ ଝିଅ ଘର ଭିତରେ ଝୁଲୁଥିବା ଦେଖିଥିଲେ। ପଡୋଶୀଙ୍କ ସହାୟତାରେ ଉମାକୁ ଦେବଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ଉମାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe