ରିଆମାଳ: ବୁଢାପାଳ ଆଦର୍ଶ ବିଦ୍ୟାଳୟରେ ନବମ‌ ଶ୍ରେଣୀରେ ପଢୁଥିବା ୨ ଛାତ୍ର ନିଖୋଜ

Advertisment
ରିଆମାଳ: ବୁଢାପାଳ ଆଦର୍ଶ ବିଦ୍ୟାଳୟରେ ନବମ‌ ଶ୍ରେଣୀରେ ପଢୁଥିବା ୨ ଛାତ୍ର ନିଖୋଜ

ଦେବଗଡ଼: ରିଆମାଳ ବ୍ଲକ ବୁଢାପାଳ‌ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଦୁଇ ଜଣ  ଛାତ୍ର ନିଖୋଜ ହୋଇଛନ୍ତି। ଏନେଇ ପରିବାର‌ ଲୋକ ଗତକାଲି ରାତି ୧୦ଟା ବେଳେ କୁଣ୍ଢେଇଗୋଳା ଥାନାର ‌ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।
ନିଖୋଜ ଛାତ୍ର ଦ୍ବୟ ହେଲେ କୁଣ୍ଢେଇଗୋଳା‌ ଥାନା ଅନ୍ତର୍ଗତ ଖିଲେଇ ଗ୍ରାମର ଶିବ ଶଙ୍କର ଗଡନାୟକଙ୍କ ‌ପୁଅ ବିଶ୍ବଜିତ ଗଡନାୟକ (୧୪) ଓ  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ତାବୁଆ ଗ୍ରାମର ପ୍ରକାଶ ଦେହୁରୀଙ୍କ ପୁଅ ଶୁଭଙ୍କର ଦେହୁରୀ (୧୪) ।

ସେମାନେ ବୁଢାପାଳର ଏକ ସ୍ଥାନୀୟ ପ୍ରାଇଭେଟ ହଷ୍ଟେଲରେ ରହି ପାଠ ପଢୁଥିଲେ। ଏକ ସାଇକେଲ ଯୋଗେ ଦୁଇ ଜଣ ସକାଳ ୯ଟା ୪୫ ରୁ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ। ଅପରାହ୍ନ ୪ ଟାରେ ସେମାନଙ୍କର ହଷ୍ଟେଲ୍‌କୁ ଫେରିବାର ଥିଲା। ମାତ୍ର ସେମାନେ ହଷ୍ଟେଲ୍‌କୁ ଫେରି ନ ଥିଲେ। ହଷ୍ଟେଲ ମାଲିକ ଏ ବାବଦରେ ପରିବାରକୁ ଜଣାଇଥିଲେ। ପରିବାର ଲୋକ ଓ ହଷ୍ଟେଲ ମାଲିକ ବହୁ ଖୋଜାଖୋଜି ପରେ ନ ପାଇବାରୁ ରାତି ୧୦ ଟାରେ କୁଣ୍ଢେଇଗୋଳା ଥାନାର ‌ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସରୋଜ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe