ଗଇଲୋ ଘାଟିରେ ପୁଣି ଦୁର୍ଘଟଣା: ଓଲଟିଲା ଅଟୋ, ୧୫ ଗୁରୁତର

Advertisment
ଗଇଲୋ ଘାଟିରେ ପୁଣି ଦୁର୍ଘଟଣା: ଓଲଟିଲା ଅଟୋ, ୧୫ ଗୁରୁତର

Gaon connection English

ଦେବଗଡ଼: ୫ ବର୍ଷ ପୂର୍ବେ ଅର୍ଥାତ ଏପ୍ରିଲ ମାସ ୧୭ ତାରିଖ ଦିନ ସଂଧ୍ୟାରେ ଗଇଲୋ ଘାଟିରେ ବସ ଦୁର୍ଘଟଣାରେ ଯାଇଥିଲା ଭାରତୀ ଗଣନାଟ୍ୟର ୨୭ କଳାକାରଙ୍କ ଜୀବନ। କେବଳ ଏତିକି ନୁହେଁ ସେଦିନର ହୃଦୟବିଦାରକ ୨୭ କଳାକାରଙ୍କ ମହାଯାତ୍ରା ଘଟଣାକୁ ଦେବଗଡ଼ ତଥା ରାଜ୍ୟବାସୀ ଭୁଲି ପାରିନଥିବାବେଳେ ଆଜି ବି ସେଦିନର ଘଟଣା ମନେପଡ଼ିଗଲେ ସମସ୍ତଙ୍କ ଆଖିରୁ ଲୁହ ଝରିପଡ଼େ। ତେବେ ଆଜି ସକାଳେ ଉକ୍ତ ସ୍ଥାନରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପୁରୁଷ, ମହିଳା ଓ ଶିଶୁଙ୍କ ସମେତ ୧୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯିବା ସହିତ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଗ୍ରାମର ପ୍ରାୟ ୧୫ଜଣ ଯାତ୍ରୀକୁ ନେଇ ଏକ ଅଟୋ କାଳିଆଖମାର ଗ୍ରାମକୁ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିଲେ। ତେବେ ଗଇଲୋ ଘାଟି ନିକଟରେ ଉକ୍ତ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତମାନେ ହେଲେ ଗଇଲୋ ଗ୍ରାମର ଚିନ୍ତାମଣି ବାଘ, ଭଗବତୀ ବାଘ, କୁନ୍ତଳା ବାଘ, ସସ୍ମିତା ବାଘ, ମୁନା ସାହୁ, ବିମଳା ବାଘ, ରୁକ୍ମିଣୀ ସାହୁ, ଅମୃତି ବାଘ, ହେମଲତା ବାଘ, ବେଣୁ ବାଘ, ରାଉତରାୟ ଦେହୁରୀ, ସଂଜୟ ବାଘ ,ପ୍ରିୟମ ବାଘ। ଏବେ ସେମାନେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe