୨ ଘଣ୍ଟାର ସଂଘର୍ଷ ପରେ ନିଜେ ନିଜକୁ ଉଦ୍ଧାର କଲା ଦନ୍ତା

୨ ଘଣ୍ଟାର ସଂଘର୍ଷ ପରେ ନିଜେ ନିଜକୁ ଉଦ୍ଧାର କଲା ଦନ୍ତା

ଦେବଗଡ଼: କୂଅ ପରେ ପଡ଼ିଯାଇଥିଲା ଦନ୍ତା। କିନ୍ତୁ ସେ ହାର ନ ମାନି ନିଜସ୍ବ ଉଦ୍ୟମରେ ନିଜେ କୂଅ ଭିତରୁ ବାହାରକୁ ବାହାରିଥିଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଡିହି ସେକସନର ଭାଲୁଚବା ଗ୍ରାମରେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ନିଜ ସାଥୀମାନଙ୍କ ସହିତ ଯାଉଥିବାବେଳେ ହଠାତ ଏକ କୂଅରେ ପଡ଼ିଯାଇଥିଲା। ତେବେ କୂଅରେ ପଡ଼ିଯିବା ପରେ ମଧ୍ୟ ସେ ହାର ନ ମାନି ୨ ଘଣ୍ଟା ପରେ ନିଜସ୍ବ ଉଦ୍ୟମରେ ବାହାରକୁ ବାହାରିଥିଲା।
କୂଅରୁ ବାହାରିବା ପରେ ଉକ୍ତ ଦନ୍ତାଟି ଜଙ୍ଗଲକୁ ଚାଲିଯାଇଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ରେଞ୍ଜର ଦେବଦତ୍ତ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ଫରେଷ୍ଟର ପ୍ରସନ୍ନ ସାହୁ, ନୂଆଡିହି ଫରେଷ୍ଟର ଲାଣ୍ଡୁ କିରାଇ, ଫରେଷ୍ଟଗାର୍ଡ ହରିପ୍ରିୟା ସାହୁ, ମାନସୀ ମଞ୍ଜରୀ ନାୟକ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ସମସ୍ତ ବ୍ୟବସ୍ଥା କରିଥିବାବେଳେ ହାତୀଟି କିନ୍ତୁ ୨ଘଣ୍ଟାର ସଂଘର୍ଷ ପରେ ନିଜେ ନିଜକୁ ଉଦ୍ଧାର କରିଥିଲା ଦନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe