ବ୍ଲକ ସମ୍ମୁଖରେ ଟୁହିଲାମାଳ ସରପଞ୍ଚଙ୍କ ନେତୃତ୍ବରେ ଧାରଣା

Advertisment
ବ୍ଲକ ସମ୍ମୁଖରେ ଟୁହିଲାମାଳ ସରପଞ୍ଚଙ୍କ ନେତୃତ୍ବରେ ଧାରଣା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ଯନ୍ତ୍ରୀମାନଙ୍କ ଅସହଯୋଗ ପାଇଁ ଟୁହିଲାମାଳ ପଞ୍ଚାୟତର ସରପଞ୍ଚ ଜଲି ନାୟକ ନିଜର ୧୧ ମାସର ଶିଶୁ ପୁତ୍ରଧରି ସମସ୍ତ ୱାର୍ଡ ମେମ୍ବରଙ୍କ ସହ ଆଜି ଦିନ ୧୦ଟାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ନିର୍ବାଚିତ ହେବାର ବର୍ଷେ ପରେ ମଧ୍ୟ ଯନ୍ତ୍ରୀ ସଞ୍ଜୟ ଟିଗା ଓ ଜଳପରିମଳ ଯନ୍ତ୍ରୀ ପଞ୍ଚାୟତକୁ ସହଯୋଗ କରୁନାହନ୍ତି।ଫଳରେ ଜନସାଧାରଣ ଜଳ, ରାସ୍ତା, ଆବାସ ତଥା ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରିକି ପଞ୍ଚାୟତର କାର୍ଯ୍ୟରେ ବାଧା ସୃଷ୍ଟି କରି ସରପଞ୍ଚଙ୍କୁ ଅପାରଗତା ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି।

ଏ ବାବଦରେ ପୂର୍ବରୁ ବହୁବାର ଜଣାଇଥିଲେ ମଧ୍ୟ ବିଡିଓ ଓ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରିନାହାନ୍ତି।ତୁରନ୍ତ ଉକ୍ତ ଯନ୍ତ୍ରୀଙ୍କୁ ବଦଳି କରି ନୂତନ ଯନ୍ତ୍ରୀ ଦେବାକୁ ଦାବି କରିଛନ୍ତି। ଏହି ଧାରଣାରେ ୱାର୍ଡମେମ୍ବର ନଳିନୀ ମାଟିଆରି, ନୟନା ବିଶି, ଦୟାନିଧି ପ୍ରଧାନ, ଭାବଗ୍ରାହୀ ନାୟକ, ମନୋଜ ନାୟକ, ଦିବ୍ୟ ଶଙ୍କର ମହାଲିକ ଓ ଲତାମଞ୍ଜରୀ ଗଡତିଆଙ୍କ ସମେତ ବହୁ ଜନସାଧାରଣ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe