ପୁଲିସକୁ ଚକମା ଦେଇ ଗିରଫ ଅଭିଯୁକ୍ତ ଫେରାର: ନାବାଳିକା ଅପହରଣ ମାମଲା ରହିଛି ଆସାମୀ ନାଁରେ

ପୁଲିସକୁ ଚକମା ଦେଇ ଗିରଫ ଅଭିଯୁକ୍ତ ଫେରାର: ନାବାଳିକା ଅପହରଣ ମାମଲା ରହିଛି ଆସାମୀ ନାଁରେ

ଦେବଗଡ଼: ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଗତକାଲି ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଉକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିନ।ହିଁ ।

ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସୁମନ ବେହେରା(୨୨) ନାମକ ଜଣେ ଯୁବକ
ଅପହରଣ କରିନେଇଥିବା ନେଇ ଗତ ୯ତାରିଖ ଦିନ କୁଣ୍ଡେଇଗୋଳା ଥାନାରେ ନାବାଳିକାର ପରିବାର ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା । ଅଦାଲତରେ ତା'ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଥିଲା । ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତାର ସୁଯୋଗ ନେଇ ଅଭିଯୁକ୍ତ ସୁମନ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା ।

ଏନେଇ ଦାୟିତ୍ୱରେ ଥିବା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରଜ୍ଜୁ କରିବା ସହ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe