କଲମପୁର: କଲମପୁର ବ୍ଲକ ଚୁରାଗାଁକୁ ବାହାଘର ସାମଗ୍ରୀ ନେଇ ଯାଉଥିବା ଅଟୋ ଓଲଟି ୨ଜଣ ଗୁରୁତର ହୋଇଛନ୍ତି। ଜୁନାଗଡ଼ ବ୍ଲକ ତଲମଲା ଗ୍ରାମରୁ ବିବାହ ସାମଗ୍ରୀ ନେଇ କଲମପୁର ବ୍ଲକର ଚୁରାଗାଁକୁ ଏକ ଅଟୋରେ କିଛି ଲୋକ ଯାଉଥିଲେ। ଅଟୋ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ବରଗାଁ ଛକଠାରେ ଓଲଟି ପଡ଼ିଥିଲା। ଏଥିରେ ଅଟୋ ଡ୍ରାଇଭର ନୀଳାଚଳ ପୂଝାରୀ, ସୁଧାକର ପୂଝାରୀ, ରମେଶ ନାଏକ, କେଶରୀ ଭାଟି ସମେତ ୪ଜଣ ଆହତ ହୋଇଥିବା ବେଳେ ପବିତ୍ର ମାଝୀ, ଶ୍ରୀଚରଣ ପୂଝାରୀ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ କଲମପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us