ଦେବଗଡ଼ ବାରକୋଟ ବ୍ଲକ୍ କଣ୍ଡଳ ପଞ୍ଚାୟତ ସମରଖାଇ ଗ୍ରାମ ନିକଟ ଆମ୍ବ ତୋଟାରେ ରବିବାର ଜିଲ୍ଲା ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସମସ୍ତେ ଏକଜୁଟ ହୋଇ ଦଳକୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ। କଣ୍ଡଳ ଓ ବଳମ ପଞ୍ଚାୟତର ବହୁ ଯୁବକ ବିଜେପିରେ ସାମିଲ ହୋଇଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଭାରତଭୂଷଣ ପ୍ରଧାନ, ବିରଞ୍ଚି ବେହେରାଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।
ରବିବାର ବିଜେପି ବିଧାୟକ ପ୍ରାର୍ଥୀ ସୁବାସଚନ୍ଦ୍ର ପାଣିଗ୍ରାହୀ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଜିଲ୍ଲା ବିଜେପି ସାଧାରଣ ସଂପାଦକ ଧରଣୀଧର ସାହୁ, ମୋତିଲାଲ ଶର୍ମା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶ୍ରୀ ପାଣିଗ୍ରାହୀ ରେଙ୍ଗାଳୀ ବାସଚ୍ୟୁତଙ୍କ ସମସ୍ୟା, ଶୀତଳ ଭଣ୍ଡାର, ପ୍ରଧାନପାଟ ଓ କରୁଡକୋଟ ପର୍ଯ୍ୟଟନ ସ୍ଥଳୀର ବିକାଶ, ତାଳଚେର-ବିମଳାଗଡ ରେଳପଥର ବିଳମ୍ବ ହେଉଥିବା ଜମିଗ୍ରହଣ ଉପରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us