ଜଳିଗଲା ଧାନ ଗଦା

Advertisment
ଜଳିଗଲା ଧାନ ଗଦା

ରିଆମାଳ: ରିଆମାଳ ବ୍ଲକ୍‌ ବନକଙ୍କରଖୋଳ ଗାଁରେ ଶୁକ୍ରବାର ନିଆଁ ଲାଗି ଏକ ଖଳରେ ଥିବା ୩ ଭାଇଙ୍କ ଧାନ ଗଦା ଜଳି ଯାଇଛି। ମିଳିଥିବା ସୂଚନାନୁସାରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗାଁର ଶୁକଦେବ ଦୀପ, ଧୁବେଇ ଦୀପ ଓ ଡବିତ୍ର ଦୀପଙ୍କ ଖଳାରେ ନିଆଁ ଲାଗି ୩ଟି ଧାନ ଗଦା ଓ ୩ଟି ପାଳ ଗଦା ପୋଡ଼ି ଯାଇଥିଲା। ଖବର ପାଇ ରିଆମାଳ ଅଗ୍ନିଶମ ବିଭାଗ ଅଧିକାରୀ ଗୋପବନ୍ଧୁ ସାହୁଙ୍କ ସହ କର୍ମଚାରୀମାନେ ପହଞ୍ଚି ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। କ୍ଷୟକ୍ଷତି ପରିମାଣ ୬୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ସଂପୃକ୍ତ ୩ ଭାଇ ଅତ୍ୟନ୍ତ ଗରିବ ହୋଇଥିବା ଓ ଜଳି ଯାଇଥିବା ଧାନ ଓ ପାଳ ସେମାନଙ୍କ ଚଳିତ ବର୍ଷର ଆୟ ହୋଇଥିବାରୁ ତୁରନ୍ତ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe