ଛତାବର ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ:ଉଚ୍ଛେଦ ନୋଟିସ୍‌ ଦେଲେ ତହସିଲଦାର

Advertisment
ଛତାବର ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ:ଉଚ୍ଛେଦ ନୋଟିସ୍‌ ଦେଲେ ତହସିଲଦାର

ରିଆମାଳ: ରିଆମାଳ ବ୍ଲକ୍‌ ନାଉଲିପଡ଼ା ପଞ୍ଚାୟତର ଛାତାବର ଦେଇ ଯାଇଥିବା ଜାତୀୟ ରାଜପଥର ହାଇସ୍କୁଲରୁ ମେଡିକାଲ ପର୍ଯ୍ୟନ୍ତ ୩୦୦ ମିଟର ରାସ୍ତା ନିର୍ମାଣ ନିମନ୍ତେ ଜବରଦଖଲ ଉଚ୍ଛେଦ ଓ ଡିମର୍କେସନ୍‌ ପାଇଁ ତହସିଲଦାର ଡାନିଏଲ ଏକା ନୋଟିସ୍‌ ଜାରି କରିଛନ୍ତି। ଏ ନେଇ ଶ୍ରୀ ଏକ୍କା ଶନିବାର ପତ୍ର ସଂଖ୍ୟା ୧୦୭୭ରେ ଆସନ୍ତା ୧୧.୬.୧୮ ଦିନ ରାସ୍ତାର ଡିମାର୍କେସନ୍‌ କରାଯିବ ବୋଲି ୨୦୦ ନମ୍ବର ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଫଳରେ ରାସ୍ତା ନିର୍ମାଣ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି।
ପ୍ରକାଶଥାଉ କି ଉପରୋକ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ଅନେକ ଥର ଆନ୍ଦୋଳନ କରାଯାଇଛି। ନାଉଲିପଡ଼ା ପଞ୍ଚାୟତ ଦେଇ ଯାଇଥିବା ୨୦୦/୫୩ ନମ୍ବର ଜାତୀୟ ରାଜପଥର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସଂପୃକ୍ତ ଠିକା ସଂସ୍ଥା ନାଉଲିପଡ଼ା ହାଇସ୍କୁଲରୁ ମେଡିକାଲ ପର୍ଯ୍ୟନ୍ତ ୩୦୦ ମିଟର ରାସ୍ତା ନିର୍ମାଣ ନ କରି କାମ ବନ୍ଦ କରି ଦେଇଥିଲେ। ଫଳରେ ଲୋକଙ୍କୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷା ଦିନେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହାକୁ ନେଇ ଗ୍ରାମାବସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଗତ ୧୯ ତାରିଖ ଦିନ ୧୨ ଘଣ୍ଟିଆ ରାସ୍ତାରୋକ କରିଥିଲେ।

ସେ ସମୟରେ ବିଡିଓ ଶିବ ଟପୋ, ବ୍ଲକ୍‌ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ, ଥାନାଧିକାରୀ ସୁଦର୍ଶନ ଜେନା ପହଞ୍ଚି ଆଲୋଚନା କରିବା ସହ ଜିଲ୍ଲାପାଳଙ୍କ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ସହ କଥା ହେବାରେ ୨୨ ତାରିଖ ଦେବଗଡ଼ ଡିଆର୍‌ଡିଏ କାର୍ଯ୍ୟାଳୟରେ ବୈଠକ କରିବାକୁ ସେ କହିଥିଲେ। ଧାର୍ଯ୍ୟ ସମୟରେ ବୈଠକ ହୋଇ ୨୭ ତାରିଖରୁ ରାସ୍ତା କାମ ଆରମ୍ଭ ସହ ୨୮ ତାରିଖରୁ ଡିମାର୍କେସନ୍‌ କରାଯିବ ବୋଲି ଜବରଦଖଲକାରୀଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ମାତ୍ର ପରେ ପୁନଃ ଏକ ନୋଟିସ୍‌ ଦେଇ ଅନିବାର୍ଯ୍ୟ କାରଣ ବଶତଃ ଡିମାର୍କେସନ୍‌କୁ ଘୂଞ୍ଚାଇ ଦିଆଗଲା ବୋଲି ସୂଚନା ଦିଆଯାଇଥିଲା। ଫଳରେ ଗ୍ରାମବାସୀ ରାସ୍ତା ନିର୍ମାଣକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଥିଲେ। ମାତ୍ର ଶନିବାର ତହସିଲ୍‌ଦାରଙ୍କ ନୋଟିସ୍‌ ପରେ ପୁଣି ଥରେ ଏଥି ପାଇଁ ଆଶା ସଂଚାର ହୋଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe