ହସ୍ତକ୍ଷେପ ପରେ ବାଲ୍ୟ ବିବାହ ବନ୍ଦ

Advertisment
ହସ୍ତକ୍ଷେପ ପରେ ବାଲ୍ୟ ବିବାହ ବନ୍ଦ

ଦେବଗଡ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ହସ୍ତକ୍ଷେପରେ ରିଆମାଳ ବ୍ଲକ ତାରଙ୍ଗ ଗ୍ରାମରେ ମଙ୍ଗଳବାର ବାଲ୍ୟ ବିବାହ ହେବାକୁ ଯାଉଥିବା ବେଳେ ଶିଶୁ ସୁରକ୍ଷା ୟୁନିଟର ହସ୍ତକ୍ଷେପ ପରେ ଏହି ବାଲ୍ୟ ବିବାହ ବନ୍ଦ କରାଯାଇଛି। ଉକ୍ତ ଘଟଣା ସଂପର୍କରେ ସୂଚନା ପାଇ ଗ୍ରାମକୁ ଦିଶା ଅନୁଷ୍ଠାନର କର୍ମକର୍ତ୍ତା ଉପେନ୍ଦ୍ର ଭଂଜ ଓ ମଜାହିଦ ଆଲମ ନାବାଳିକାର ପିତାମାତାଙ୍କୁ ବୁଝାସୁଝା କରିଥିଲେ। ପ୍ରଥମେ ସେମାନେ ବିବାହ ବନ୍ଦ କରିବା ପାଇଁ ଅରାଜି ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଦିଶାର କର୍ମକର୍ତ୍ତାମାନେ ରିଆମାଳ ହାଇସ୍କୁଲକୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ପାତ୍ରଙ୍କୁ ସାକ୍ଷାତ କରି ଝିଅର ବୟସ ପ୍ରମାଣ ପତ୍ର ସଂପର୍କରେ ସବିଶେଷ ଆଲୋଚନା କରିଥିଲେ।

ବିଦ୍ୟାଳୟର ରେଜିଷ୍ଟ୍ରାରରୁ ଦେଖି ନାବାଳିକାର ବୟସ ପ୍ରମାଣ ପତ୍ର ମିଳିଥିଲା। ନାବାଳିକାର ବୟସ ୧୭ ବର୍ଷ ବୋଲି ଜଣାପଡିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି। ରିଆମାଳର ତାରଙ୍ଗ ଅଂଚଳର ଜଣେ ପ୍ରାପ୍ତ ବୟସ୍କଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ଏ ବିବାହକୁ ବନ୍ଦ କରିବାକୁ ଝିଅ ଓ ପୁଅ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ରିଆମାଳ ସରପଂଚ ତରଣୀ ପ୍ରଧାନଙ୍କ ଉପସ୍ଥିତିରେ ନାବାଳିକାର ଅଭିଭାବକମାନେ ବାଲ୍ୟ ବିବାହରୁ ନିବୃତ୍ତ ରହିବୁ ବୋଲି ଏକ ଲିଖିତ ଚୁକ୍ତିନାମା ସ୍ୱାକ୍ଷାର କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe