ପୋଖରୀରେ ବୁଡ଼ି ୬ଷ୍ଠ ଶ୍ରେଣୀର ବାଳକଙ୍କ ମୃତ୍ୟୁ

ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌, ହେଲ୍‌ପର୍‌ ମୃତ

ଦେବଗଡ଼: କଣ୍ଢେଇଗୁଡ଼ା ପୁଲିସ ଥାନା ଅନ୍ତର୍ଗତ ସେଣ୍ଢେ ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ୬ଷ୍ଠ ଶ୍ରେଣୀର ବାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରେ ଗ୍ରାମର ଶୁଭମ ବିଶ୍ୱାଳ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ୫୩ ନମ୍ବର ପାର୍ଶ୍ୱରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଗୋଧାଇବା ବେଳେ ସେ ଗଭୀର ଭିତରକୁ ପଶିଯିବାରୁ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ଗୋଧାଇ ସାରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୋଖରୀରୁ ଶୁଭମର ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe