ଦେବଗଡରେ କାର୍ଯ୍ୟକ୍ଷମ ହେଲା କୋଭିଡ ପ୍ରଯତ୍ନକେନ୍ଦ୍ର

Advertisment
ଦେବଗଡରେ କାର୍ଯ୍ୟକ୍ଷମ ହେଲା କୋଭିଡ ପ୍ରଯତ୍ନକେନ୍ଦ୍ର

ଦେବଗଡ: ଓଡ଼ିଶା ସରକାରଙ୍କ ପକ୍ଷରୁ ଦେବଗଡଠାରେ କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ସ୍ଥାନୀୟ ସରକାରୀ ପଲୀଟେକନିକ୍ ମହାବିଦ୍ୟାଳୟଠାରେ ୨୧୦ ଶଯ୍ୟା ବିଶିଷ୍ଟ କାର୍ଯ୍ୟକ୍ଷମ କରାଯାଇଥିବା ଏହି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ଭାବରେ କରୋନା ଆକ୍ରାନ୍ତ ରୋଗୀମାନଙ୍କର ଚିକିତ୍ସା କରାଯିବ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ସହିତ ପ୍ରତ୍ୟେକ ଶଯ୍ୟା ନିମନ୍ତେ ଅକ୍ସିଜେନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ କରାଯାଇଛି । ଏଠାରେ ରୋଗୀଙ୍କର ଚିକିତ୍ସା, ରହିବା ଓ ଖାଇବା ସଂପୂର୍ଣ୍ଣ ଭାବେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯିବ । ଏହା ବ୍ୟତୀତ ଲକ୍ଷଣ ପରିଲକ୍ଷିତ ହେଉଥିବା ସଂଦିଗ୍ଧ ବ୍ୟକ୍ତି ଏବଂ କରୋନା ପଜିଟିଭ୍ ରୋଗୀଙ୍କ ସଂଶ୍ପର୍ସରେ ଆସିଥିବା ଲୋକମାନଙ୍କର ପୃଥକ ଭାବରେ ଚିକିତ୍ସା ନିମନ୍ତେ ଏକକ କକ୍ଷ ବିଶିଷ୍ଟ ପୃଥକୀକରଣ କୋଭିଡ-୧୯ ପ୍ରଯତ୍ନକେନ୍ଦ୍ର ମଧ୍ୟ ଆରମ୍ଭ କରାଯାଇଛି । ଏହି କକ୍ଷଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

publive-image

କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରଯତ୍ନ କେନ୍ଦ୍ର ନିମନ୍ତେ ସମସ୍ତ ଆବଶ୍ୟକୀୟ ଔଷଧ, ଡାକ୍ତରୀ ଚିକିତ୍ସା ଉପକରଣ, ଯନ୍ତ୍ରପାତି, ମାକ୍ସ, ହ୍ୟାଣ୍ଡଓ୍ୟାସ ଏବଂ ସାନିଟାଇଜର ବ୍ୟବସ୍ଥା ରହିଛି । କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ପଲୀଟେକନିକ ମହାବିଦ୍ୟାଳୟ ପରିସରରେ ସେମାନଙ୍କର ରହିବାପାଇଁ ପୃଥକ ଭାବରେ ବ୍ୟବସ୍ଥା କରାଯାଇଛି । ଚିକିତ୍ସା ନିମନ୍ତେ ରୋଗୀମାନଙ୍କୁ ଆଣିବାପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ପ୍ରାଧିକୃତ ପ୍ରଶାସନିକ ଅଧିକାରୀ ଭାବେ ମନୋନୀତ କରାଯାଇଥିବାବେଳେ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ପଣ୍ଡାଙ୍କୁ ପ୍ରାଧିôକୃତ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ଦେବଗଡ ମୋଡେଲ ଡିଗ୍ରୀ କଲେଜଠାରେ ମଧ୍ୟ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରି ରଖାଯାଇଛି, ଯାହାକି ଆବଶ୍ୟକ ସମୟରେ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe