ଦେବଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷା:୩୩ କେନ୍ଦ୍ରରେ ୪୮୩୨ ପରୀକ୍ଷାର୍ଥୀ

Advertisment
ଦେବଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷା:୩୩ କେନ୍ଦ୍ରରେ ୪୮୩୨ ପରୀକ୍ଷାର୍ଥୀ

ଦେବଗଡ଼: ସମଗ୍ର ରାଜ୍ୟରେ ଶୁକ୍ରବାରଠାରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଦେବଗଡ଼ ଜିଲ୍ଲାରେ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ୩୩ଟି କେନ୍ଦ୍ର କରାଯାଇଥିବା ବେଳେ ମୋଟ ୪୮୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ଛି। ସେଥି ମଧ୍ୟରେ ରିଆମାଳ ବ୍ଲକ୍‌ରେ ୧୩ଟି, ବାରକୋଟରେ ୯ଟି ଓ ତିଲେଇବଣୀ ବ୍ଲକ୍‌ରେ (ଦେବଗଡ଼ ପୌରାଞ୍ଚଳକୁ ମିଶାଇ) ୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ଏଥି ସହ ପ୍ରତି ବ୍ଲକ୍‌ରେ ଦୁଇଟି ଲେଖାଏଁ ସ୍କୁଲ୍‌କୁ ମିଶାଇ ମୋଟ ୬ଟି ନୋଡାଲ୍‌ ସେଣ୍ଟର କରାଯାଇଥିବା ବେଳେ ତିଲେଇବଣୀରେ ଏସଆଇଓଏସ ସେଣ୍ଟର କରାଯାଇଛି। ସେହିପରି ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୬୮୯ ଜଣ ରେଗୁଲାର୍‌ ଛାତ୍ରଛାତ୍ରୀ ଥିବା ବେଳେ ୨୭ ଜଣ ଏକ୍ସରେଗୁଲାର, ୨୯ ଜଣ ସଂସ୍କୃତ ମଧ୍ୟମା, ୮୧ ଜଣ ଏସଆଇଓଏସ ତଥା ୬ ଜଣ କରେସ୍‌ପଣ୍ଡେନ୍‌ସ କୋର୍ସ ଛାତ୍ରଛାତ୍ରୀ ଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୋଟିଏ ଲେଖାଏଁ ଫ୍ଲାଇଂ ସ୍କ୍ଵାଡ୍‌ ଗଠନ କରାଯାଇଥିବା ଜଣାପଡ଼ିଛି।
ରିଆମାଳ: ରିଆମାଳ ବ୍ଲକର ରିଆମାଳ ଓ କୁଣ୍ଢେଇଗୋଳାରେ ଦୁଇଟି ନୋଡାଲ୍‌ ସେଣ୍ଟର କରାଯାଇଛି। ସେଥି ମଧ୍ୟରେ ରିଆମାଳ ନୋଡାଲ୍‌ ସେଣ୍ଟର ଅଧୀନରେ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୧୦୪୦ ଜଣ ଛାତ୍ରଛାତ୍ରୀ ତଥା କୁଣ୍ଢେଇଗୋଳା ଅଧୀନରେ ୬ଟି କେନ୍ଦ୍ରରେ ୧୦୩୫ ଜଣଙ୍କୁ ମିଶାଇ ୨୦୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଚଳିତ ବର୍ଷ କେନ୍ଦ୍ରଗୁଡ଼ିକ ସ୍କୁଲ୍‌ରୁ ବା ଗାଁରୁ ୫ରୁ ୧୦ କିମି ଦୂରରେ କରାଯାଇଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe