ଦେବଗଡ଼: ଦେବଗଡ଼ ପୌର କାର୍ଯ୍ୟାଳୟରେ ବୁଧବାର ଦୀନ ଦୟାଲ ଉପାଧ୍ୟାୟ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ସହରାଞ୍ଚଳ ଜୀବିକା ମିସନ୍ ପକ୍ଷରୁ ଏସ୍ଏଚ୍ଜିମାନଙ୍କୁ ଉନ୍ନୟନ ପାଣ୍ଠି ପ୍ରଦାନ କରାଯାଇଥିଲା। ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ପୌରାଧ୍ୟକ୍ଷା ଅନିତା ପାତ୍ର ସ୍ୱାଗତ ଭାଷଣ ଦେବା ସହ ପୌର ପରିଷଦ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ, ଏସ୍ପି ବି. ଗଙ୍ଗାଧର, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା, ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଏବଂ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ। ସଭାରେ ସାଂସଦ ଏସ୍ଏଚ୍ଜିମାନଙ୍କୁ ଉନ୍ନୟନ ପାଣ୍ଠି ବଣ୍ଟନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us