ଚିରଗୁଣିକୁଦରରେ ଧାନ ଖଳାରେ ଚାଷୀଙ୍କୁ ଦଳିଦେଲା ହାତୀ

Advertisment
ଚିରଗୁଣିକୁଦରରେ ଧାନ ଖଳାରେ ଚାଷୀଙ୍କୁ ଦଳିଦେଲା ହାତୀ

ରିଆମାଳ: ଦେବଗଡ଼ ଜିଲ୍ଲାରେ ଥମୁନି ହାତୀ ଓ ମଣିଷ ଭିତରେ ଲଢ଼େଇ। ରିଆମାଳ ରେଞ୍ଜ କୋଲବସା ପଞ୍ଚୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଚାଷୀକୁ ଦଳି ଦେଇଛି ଏକ ହାତୀ। ମୃତ ଚାଷୀ ଜଣକ ହେଉଛନ୍ତି ଚିରଗୁଣିକୁଦର ଗ୍ରାମର ରମେଶ କିସାନଙ୍କ ପୁଅ ଭାଗ୍ୟ କିସାନ (୩୫)। ଭାଗ୍ୟ କିସାନ ଧାନ ଖଳାରେ ଧାନ ବେଙ୍ଗଳା ସାରି ଜଗିଥିଲେ।ରାତି ୨ ଟା ୩୦ ସମୟରେ ଏକ ହାତୀ ଆସି ତାଙ୍କୁ ଦଳି ଦେଇଥିଲା। ହାତୀର ରଡ଼ି ଓ ଭାଗ୍ୟଙ୍କ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ । ଦେଖିବା ବେଳକୁ ହାତୀ ତାଙ୍କୁ ଆକ୍ରମଣ କରି ସାରିଥିଲା। ସକାଳେ ଖବର ପାଇ ରେଞ୍ଜର ନିରଞ୍ଜନ ଧାରୁଆ ସଦଳବଳେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe