ବୃଦ୍ଧକୁ ଦଳିଦେଲା ହାତୀ

Advertisment
ଜଙ୍ଗଲର ଜଳାଶୟ ଶୁଖିଲା: ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢ଼ିଲା

International Fund for Animal Welfare

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଥମୁନି ହାତୀ -ମଣିଷ ଲଢେ଼ଇ। ହାତୀ ଆକ୍ରମଣରେ ଆଜି ସକାଳେ ଦେବଗଡ଼ ଥାନା ଅନ୍ତର୍ଗତ ସାଲୋହୀ ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜୟରାମ କିଷାନ।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ସାଲୋହି ଗ୍ରାମର ଜୟରାମ କିଷାନଙ୍କ ଘରର କାନ୍ଥ ଭାଙ୍ଗି ଘରକୁ ପଶିବା ପାଇଁ ହାତୀ ଚେଷ୍ଟା କରିଥିଲା। ତେବେ ଜୟରାମ ଭୟରେ ବାହାରକୁ ପଳାଇ ଆସିଥିଲେ। କିନ୍ତୁ ଜୟରାମ ହାତୀ ହାବୁଡ଼ରେ ପଡ଼ିଯିବା ଯୋଗୁଁ ହାତୀଟି ତାଙ୍କୁ ଦଳି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥି। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe