ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ମୃତ୍ୟୁ

Advertisment
ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ମୃତ୍ୟୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନାଂଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୂଆଁ ଗ୍ରାମରେ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ପଦ୍ମଲାଭ ପ୍ରଧାନଙ୍କ ସ୍ତ୍ରୀ ପ୍ରମିଳା ପ୍ରଧାନ(୫୦)।

ସୂଚନା ଅନୁସାରେ ପ୍ରମିଳା ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସକାଳୁ ନିଜ ଗାଁ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏକ ହାତୀ ଅଚାନକ ପହଂଚି ପ୍ରମିଳାକୁ ଆକ୍ରମଣ କରିଥିଲ।। ପ୍ରମିଳା ଆଉ ଖସି ଯାଇ ପାରି ନ ଥିଲେ। ହାତୀ ପ୍ରମିଳାକୁ ଦଳି ଦେଇଥିଲ। ପ୍ରମିଳାର ମୃତ୍ୟୁ ଘଟିଥିଲ।। ଏହି ଘଟଣା ଘଟିବା ପରେ ପାଖରେ ଥିବା କିଛି ମହିଳା ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗ୍ରାମର ଲୋକ ମାନେ ଦୌଡି ଆସିଥିଲେ । ପରେ ତତକ୍ଷଣାତ୍ ବନବିଭାଗ ଓ ପୁଲିସକୁ ଜଣାଇଥିଲେ ।

ଏହାପରେ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଓ କୁଣ୍ଢେଇଗୋଳା ବନ ବିଭାଗ, କୁଣ୍ଢେଇଗୋଳା ପୁଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ଲକର ଏହି ଗ୍ରାମର ଲୋକ ମାନେ ସାଧାରଣତଃ ଚାଷ ପରେ ମହୁଲ ଗୋଟାଇ ପରିବାର ପୋଷଣ କରିଥାନ୍ତି। ପ୍ରମିଳା ମଧ୍ୟ ଗ୍ରାମର ମହିଳାମାନଙ୍କ ସହିତ ପ୍ରତ୍ୟେକ ଦିନ ମହୁଲ ଗୋଟାଇବାକୁ ଯାଇଥାଏ । ମାତ୍ର ହାତୀ ଆକ୍ରମଣରେ ପ୍ରମିଳାଙ୍କ ଦେହାନ୍ତ ହୋଇଥିବାରୁ ପରିବାରର ଆର୍ଥିକ ଅବସ୍ଥା ଉଜୁଡିଯାଇଛି। କ୍ଷତିପୂରଣ ବାବଦରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe