ହାତୀ ଆକ୍ରମଣରେ ଚାଷୀ ମୃତ

ଦେବଗଡ଼ ଜିଲ୍ଲାରେ ଥମୁନି ହାତୀ-ମଣିଷ ଲଢେଇ। ଦେବଗଡ଼ ରେଞ୍ଜର ଲଇମୁରା ସେକ୍ସନର ଖୁଲଡିହି ଗ୍ରାମରେ ଆଜି ସଂଧ୍ୟାରେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ଶୋଭାରାମ ରୋହିଦାସ।

Elephant

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଥମୁନି ହାତୀ-ମଣିଷ ଲଢେଇ। ଦେବଗଡ଼ ରେଞ୍ଜର ଲଇମୁରା ସେକ୍ସନର ଖୁଲଡିହି ଗ୍ରାମରେ ଆଜି ସଂଧ୍ୟାରେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ଶୋଭାରାମ ରୋହିଦାସ(୪୧)। ସୂଚନା ଅନୁଯାୟୀ, ଶୋଭାରାମ ସଂଧ୍ୟା ସମୟରେ ନିଜ ଜମିକୁ ଯାଇଥିଲେ। 

ତେବେ ଅତର୍କିତ ଭାବେ ତାଙ୍କୁ ହାତୀ ପଲ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି।

Deogarh | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe