ଦେବଗଡ଼ ପୌର କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଏସି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

Advertisment
ଦେବଗଡ଼ ପୌର କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଏସି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ଦେବଗଡ଼: ଦେବଗଡ଼ ପୌର କାର୍ଯ୍ୟାଳୟରେ ଥିବା କାଉନସିଲ ହଲରେ ଆଜି ସକାଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବରପାଇ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ। ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ଲାଗିବା ଯୋଗୁଁ କାଉନସିଲ ହଲ ମଧ୍ୟରେ ଅଡିଟ ପାଇଁ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ରାତିରେ ରାତ୍ରି ଜଗୁଆଳୀ କାର୍ଯ୍ୟାଳୟ ମଧ୍ୟରେ ଶୋଇଥିବା ବେଳେ ଭୋର ସମୟରେ ପୋଡ଼ା ଗନ୍ଧ ବାରି ଯାଞ୍ଚ କରିଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ସେ କବାଟ ଖୋଲ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ଲାଗିବା ଯୋଗୁଁ ଗୋଟିଏ ଏସି ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe