ବାଳିକାକୁ ଦୁଷ୍କର୍ମ, ଯୁବକ ଫେରାର

Advertisment
ବାଳିକାକୁ ଦୁଷ୍କର୍ମ, ଯୁବକ ଫେରାର

ଦେବଗଡ଼: ଦେବଗଡ ଥାନାଞ୍ଚଳର ଜଣେ ୧୭ ବର୍ଷିଆ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କଂସର ଫାଣ୍ଡି ସଡୋ ବସଷ୍ଟାଣ୍ଡରୁ ଗତ ଏପ୍ରିଲ ୨୮ ତାରିଖ ସକାଳେ ଉକ୍ତ ନାବାଳିକାକୁ ନିକଟସ୍ଥ ପତ୍ରଝରି ଗ୍ରାମର ମନୋଜ ଝାଙ୍କର ବଳପୂର୍ବକ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ପରେ ଏଭଳି ପରିସ୍ଥିତିରେ ନାବାଳିକାର ପରିବାର ଲୋକେ ନାବାଳିକାକୁ ବିବାହ କରିବା ପାଇଁ ବୁଝାଇଥିଲେ ମଧ୍ୟ ଏଥିରେ ମନୋଜ ରାଜି ହୋଇ ନଥିଲା। ଫଳରେ ବୁଧବାର ନାବାଳିକାର ବାପା ଦେବଗଡ ଥାନାରେ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅଜୟ ତିର୍କୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe