daily-sun.com
ଦେବଗଡ଼: ଦେବଗଡ଼ ଜିଲ୍ଳାସ୍ଥିତ ତିଲେଇଗୁଣି ବ୍ଲକର ମାଳିଚୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଆଈ ଓ ନାତିଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ୫୫ ବର୍ଷୀୟା ମହିଳା ମଦ ଦେବୀ ସିଂହ ଓ ତାଙ୍କ ୫ ବର୍ଷିଆ ନାତି ଲଳିତ ସିଂହ। ସେମାନେ ପାଣିରେ ବୁଡ଼ି ଯିବା ବେଳେ ଗାଁର ଜଣେ ଲୋକ ଦେଖି ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀମାନେ ଆସି ସେମାନଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ମାତ୍ର ସେମାନଙ୍କର ପାଣି ଭିତରେ ହିଁ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍କୁ ଖବର ଦିଆଯାଇଛି। ପୁଲିସ୍ ଏଯାଏ ଘଟଣାସ୍ଥଳରେ ପହଞ୍ଚିନାହିଁ।
Follow Us