ସ୍କୁଲରେ ତାଲା ପକାଇଲେ ଅଭିଭାବକ

Advertisment
ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଦେବଗଡ଼: ହାତୀଶାଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଦାବି କରି ଅଭିଭାବକମାନେ ବୁଧବାର ସ୍କୁଲରେ ତାଲା ପକାଇଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ସ୍କୁଲରେ ୪୬ ଜଣ ଅଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ମଙ୍ଗଳବାର ଚାକିରିରୁ ଅବସର ନେଲା ପରେ ଏବେ ୨ ଜଣ ଶିକ୍ଷକ ଅଛନ୍ତି। ଜଣେ ଭିନ୍ନକ୍ଷମ ଅଟନ୍ତି। ଶିକ୍ଷକ ନିଯୁକ୍ତି ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଜଣେ ଶିକ୍ଷକରେ କେମିତି ଶିକ୍ଷାଦାନ କରାଯିବ ସେନେଇ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଥିଲେ। ବୁଧବାର ଉତକ୍ଷିପ୍ତ ହୋଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ତିଲେଇବଣୀ ଶିକ୍ଷାଧିକାରୀ ସିକେନ୍ଦ୍ର ଛତ୍ରିଆ ଏ ସମ୍ପର୍କରେ କହିଛନ୍ତି, ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଉକ୍ତ ସ୍କୁଲକୁ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ ପଠାଯାଇଥିବା ମଧ୍ୟ ଶ୍ରୀ ଛତ୍ରି୍ରଆ କହିଛନ୍ତି। ତେବେ, ପିଲାଙ୍କ ପାଠପଢ଼ା ନେଇ ଉପୁଜିଥିବା ଏହି ବିବାଦୀୟ ପରିସ୍ଥିତି ଏବେ ଚର୍ଚାର ବିଷୟ ରହିଛିି। ଏହାକୁ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe