ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା: ଦୁଇ ଗୁରୁତର, ତିନି ଘଣ୍ଟା ପରେ ଡ୍ରାଇଭର ଉଦ୍ଧାର

Advertisment
ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା: ଦୁଇ ଗୁରୁତର, ତିନି ଘଣ୍ଟା ପରେ ଡ୍ରାଇଭର ଉଦ୍ଧାର

ରିଆମାଳ: ରିଆମାଳ ବ୍ଲକ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ତେଲିମୁଣ୍ଡାଠାରେ ରାତି ୩ଟାରେ ଏକ ମାଟି ବୋଝେଇ ହାଇୱା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବେରିକେଡକୁ ଭାଙ୍ଗି ନାରାୟଣ ପ୍ରଧାନଙ୍କ ଘରେ ପଶି ଯାଇଛି। ଏଥିରେ ଇଟା, ସିମେଣ୍ଟ ଓ ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ନାରାୟଣଙ୍କ ସ୍ତ୍ରୀ ମେନକା ପ୍ରଧାନ ଗୁରୁତର ହୋଇଛନ୍ତି। ଡ଼୍ରାଇଭରଜଣଙ୍କ ମଧ୍ୟ ଗୁରୁତର ଥିବା ବେଳେ ତିନି ଘଣ୍ଟା ପର୍ଯ୍ୟନ୍ତ ଗାଡ଼ିରେ ଫସି ରହିଥିଲେ।

publive-image

ଖବର ପାଇ ରିଆମାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କବାଟ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଆଜବେଷ୍ଟସ ଭାଙ୍ଗି ମେନକାଙ୍କୁ ଉଦ୍ଧାର କରି ଛତାବର ମେଡିକାଲରେ ଭର୍ତ୍ତି କରିଛନ୍ତି। ଏକ ବାଛୁରୀକୁ ଉଦ୍ଧାର କରିଥିବା ବେଳେ ଆଜବେଷ୍ଟସ ତଳେ ଗାଈଟି ରହି ଯାଇଛି। ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ଉଦ୍ଧାର ଜାରି ରହିଛି। ହାଇୱା(ଗାଡ଼ି ନଂ-ଏ.ଏସ୍-୦୫-ଏ.ସି.-୦୪୨୬) ଆସାମର ହୋଇଥିବା ବେଳେ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ମାଟି ଆଣୁଥିଲା। ଡ୍ରାଇଭରଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଖବର ପାଇ ରିଆମାଳ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ‌ କରୁଛି। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଗାଡ଼ିକୁ ଛାଡ଼ିବେ ନାହିଁ ବୋଲି ଘର ମାଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe