ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରି ସ୍ବାମୀ ଫେରାର୍‌

Advertisment
ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରି  ସ୍ବାମୀ ଫେରାର୍‌

Kanyi Daily News

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ ତୋଟାବାରୀ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଚରିତ୍ରକୁ ସନ୍ଦେହ କରି ଜଣେ ନିଷ୍ଠୁର ସ୍ବାମୀ ନିଜ ସ୍ତ୍ରୀକୁ ହତ୍ୟା କରିଛି। ତୋଟାବାରୀ ଗ୍ରାମ ରାସ୍ତାରେ ଏଯାଏ ମୃତଦେହ ପଡ଼ିରହିଛି। ମୃତକ ହେଲେ ମିନତୀ ନାୟକ (୨୭) । ହତ୍ୟାକାରୀ ସ୍ବାମୀ ନୁଖୁରୀ ନାୟକ ହତ୍ୟାକାଣ୍ଡ ଘଟାଇ ଫେରାର୍ ଅଛି।

ଖବର ପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe