ଦେବଗଡ଼: ବାରକୋଟ ବ୍ଲକ କଣ୍ଟାପାଲି ପଂଚାୟତର ରେଗଡାଖୋଳ ଓ ଡିମ୍ବିରିପଶିରେ ଗତ ରାତିରେ ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ରେଗଡାଖୋଳ ଗ୍ରାମର କଶୀର ସାହୁ ଓ ଡିମ୍ବିରିପଶି ଗ୍ରାମର ତ୍ରିବେଣୀ ମୁଣ୍ତାଙ୍କ ଘର ହାତୀ ପଲ ଭାଙ୍ଗି ଦେଇଛନ୍ତି। ରେଗଡାଖୋଳ ଗ୍ରାମର କେଶବ ସାହୁ ଘରୁ ଧାନ ଖାଇଥିବା ଜଣାପଡିଛି। ଉକ୍ତ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଥିବା ଯୋଗଁୁ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି। ହାତୀମାନଙ୍କ ଗତିବିଧି ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି।
କଣ୍ଟାପାଲି ଅଂଚଳରେ ହାତୀ ଉପଦ୍ରବ
Advertisment
Follow Us