ରିଆମାଳ: କୁଣ୍ଢେଇଗୋଳା ଥାନାଂଚଳର ଜଣେ ୧୬ ବର୍ଷିଆ ନାବାଳିକାକୁ ସେହି ଗ୍ରାମର ଦୁଃଶାସନ ବେହେରା ଓରଫ ପିଣ୍ଟୁ ଗତ ୪ ତାରିଖ ଅପରାହ୍ଣ ୭ଟା ସମୟରେ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଗତ ୭ ତାରିଖରେ ଏନେଇ ଅଭିଯୋଗ ହୋଇଥିବା ବେଳେ ଥାନାଧିକାରୀ ରତ୍ନାକର ମଲିକଙ୍କ ତତ୍ୱାବଧାନରେ ପୁଲିସ ତଦନ୍ତ କରିବା ପରେ ପିଣ୍ଟକୁ ଗିରଫ କରିଛି। ନାବାଳିକାକୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗତ ୧୦ ତାରିଖ ଉଦ୍ଧାର କରାଯାଇଛି। ସୋମବାର ଦେବଗଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ମଂଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ଯୁବକ ଗିରଫ
Advertisment
Follow Us