ଦେବଗଡ଼ ଜିଲ୍ଲା ଗାଡ଼ପାଳ ଗାଁରେ ବ୍ୟାପୁଛି କିଡନି ରୋଗ

Advertisment
ଦେବଗଡ଼ ଜିଲ୍ଲା ଗାଡ଼ପାଳ ଗାଁରେ ବ୍ୟାପୁଛି କିଡନି ରୋଗ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତର ଗାଡ଼ପାଳ ଗ୍ରାମରେ କିଡନି ରୋଗ ବ୍ୟାପିବାରେ ଲାଗିଛି। ଜଣେ ପରେ ଜଣଙ୍କ ଜୀବନ ନେଉଛି ଏହି ରୋଗ। ଦୂଷିତ ପାଣି ଯୋଗୁଁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନ ମଧ୍ୟରେ ଗାଁ’ର ଗୋଟିଏ ପରିବାରର ୨ ଜଣଙ୍କ ଜୀବନ ଯାଇଥିବାବେଳେ ଆଉ ଜଣେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗାଡ଼ପାଳ ଗାଁ’ରେ ମୋଟ ୪ଟି ନଳକୂଅ ଥିବା ବେଳେ ସେଥିରୁ ୨ଟିର ପାଣି ବ୍ୟବହାର ଅନୁଯୋଗୀ। ବାକି ୨ଟିରୁ କେତେବେଳେ ଭଲ ତ ପୁଣି କେତେବେଳେ ଖରାପ ପାଣି ବାହାରୁଛି। ଉକ୍ତ ପାଣି ବ୍ୟବହାର କରିବା ଦ୍ବାରା ଗାଁ’ରେ କିଡ୍‌ନି ରୋଗ ବ୍ୟାପିବାରେ ଲାଗିଛି। ଗତ ୧୧ ଦିନ ଭିତରେ ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ ପ୍ରାଣବନ୍ଧୁ ଶବର ଓ ଗୋକୁଳ ଶବର। ଉକ୍ତ ପରିବାରର ଅନ୍ୟ ଜଣେ ଚିକିତ୍ସାଧୀନ। ସେହିପରି ଗାଁ’ର ଆହୁରି ୫ ଜଣ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ବହୁ ବର୍ଷ ହେଲା ଏହି ନଳକୂଅ ଲୋକଙ୍କ ପାନୀୟ ଜଳର ସାହାରା ପାଲଟିଛି। ଏଥିରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ନେଇ ଅନେକ ଥର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉ ନଥିବା ସେମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe