କଲରାପତରିଆ ବାଘଛାଲ ଜବତ: ୩ ଗିରଫ

Advertisment
କଲରାପତରିଆ ବାଘଛାଲ ଜବତ: ୩ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ତାରଙ୍ଗ ତୁହିଲାମାଳ ପୋଲ ନିକଟରୁ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏହି ମାମଲାରେ ୩ ଜଣ ଗିରଫ ହୋଇଥିବାର ଖବର ମିଳିଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, ବିକ୍ରି ପାଇଁ ଡିଲ୍ ବେଳେ ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ତାରଙ୍ଗ ତୁହିଲାମାଳ ପୋଲ ନିକଟରେ ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ସେଠାରୁ କଲରାପତରିଆ ବାଘ ଛାଲ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଧରିଥିଲା। ଜବତ ହୋଇଥିବା କଲରାପତରିଆ ବାଘ ଛାଲ ୮ ଫୁଟର ବୋଲି ଜଣାଯାଇଛି। ତିନି ଗିରଫ ବ୍ୟକ୍ତି ରିଆମାଳ ଅଞ୍ଚଳର ବୋଲି ଜଣାଯାଇଛି। ସେମାନେ ହେଲେ ପତି ବେହେରା, ଟିକେଲ ବେହେରା ଓ ରାଜନ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe