ଦେଶୀ ମଦ ଓ ପୋଚ ଜବତ

Advertisment
ଦେଶୀ ମଦ ଓ ପୋଚ ଜବତ

ଦେବଗଡ଼: ଦେବଗଡ଼ ଅବକାରୀ ବିଭାଗ ଓ ପୁଲିସ ମଙ୍ଗଳବାର ବାରକୋଟ ବ୍ଲକ୍‌ ଅନ୍ତର୍ଗତ କାଲକାଠ, ଗୌଡ଼ନାଳି ଓ ବଗଛରା ଗାଁରେ ଚଢ଼ଉ କରି ଦେଶୀ ମଦ ସହ ମହୁଲ ପୋଚ, କୁସୁନା ଓ ଗୋଟିଏ ସାଇକଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।
ବିଭାଗୀୟ ସୂଚନାନୁସାରେ ଦେବଗଡ଼ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ ଓ ଦେବଗଡ଼ ଥାନା ପୁଲିସ୍‌ ଉପରୋକ୍ତ ୩ଟି ଗାଁରେ ଚଢ଼ଉ କରି ସେଠାରୁ ୨୫ ଲିଟର ଦେଶୀ ମଦ, ୨୧୦ କେଜି ମହୁଲ ପୋଚ, ୧୦୦ କେଜି କୁସୁନା ସହ ଗୋଟିଏ ସାଇକେଲ ଜବତ କରିଥିଲେ। ଏଥି ସହିତ ବେଆଇନ ମଦ କାରବାର ଅଭିଯୋଗରେ କାଲକାଠର ଜୁଲି କିଷାନ, ଗୌଡ଼ନାଳିର ବିନୟ ପ୍ରଧାନ ଓ ଗଦା ପ୍ରଧାନ ଏବଂ ବଗଛରାର ସୁକାନ୍ତି ତିର୍କୀକୁ ଗିରଫ କରିଥିଲେ। ସେମାନଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ଉରେ ମାଜିଷ୍ଟ୍ରେଟ୍‌ ଭାବେ ବାରକୋଟ ତହସିଲ୍‌ଦାର ରାଜୀବ ବେହେରାଙ୍କ ସହ ଅବକାରୀ ବିଭାଗର ଇନ୍‌ସପେକ୍ଟର ମଧୁସ୍ମିତା ନାୟକ, ବାରକୋଟ ଏସ୍‌ଆଇ ପ୍ରଦ୍ୟୁମ୍ନ ସାହୁ, ଦେବଗଡ଼ ଏଏସ୍‌ଆଇ କାହ୍ନଚରଣ ବାରିକ, ବାରକୋଟ୍‌ ଏଏସ୍‌ଆଇ ଗୋବିନ୍ଦ ଚନ୍ଦ୍ର ସାହୁ, ଅବକାରୀ ମୋବାଇଲ ସ୍କ୍ଵାଡ୍‌ ଏଏସ୍‌ଆଇ ରାଧାକାନ୍ତ ଭୋଇ, ବାରକୋଟର କନେଷ୍ଟବଳ ବାଦଲ ବ୍ରହ୍ମାଙ୍କ ସହ ଦେବଗଡ଼ ଥାନାର ଚୈତନ୍ୟ ଗଡ଼ନାୟକ, ଜ୍ୟୋତିର୍ମୟ ସିଂହ ତଥା ଉଭୟ ଅବକାରୀ ଓ ପୁଲିସ୍‌ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe