ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଲୁଟ୍‌

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ରାଞ୍ଚି -ବିଜୟୱାଡ଼ା ରାସ୍ତା ପଲସମା କଲେଜ ନିକଟରେ ଗତକାଲି ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲା ଜରପଡ଼ା ସ୍ଥିତ ଏକ ଇଟା ଫେକ୍ଟ୍ରିରେ ରିଆମାଳ ଥାନା ଟିଙ୍କବୀର ସାତକିଆରୀ ଗ୍ରାମର ଶ୍ରମିକ କାମ କରୁଥିଲେ। ତେବେ ସେମାନଙ୍କ ମଞ୍ଜୁରି ଟଙ୍କା ଦେବାକୁ ୧ ଲକ୍ଷ ୫୦ ହଜାର ଟଙ୍କା ନେଇ ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ପାଇକନଗର ଗ୍ରାମର କେଶବ ଘୋଡ଼େଇ ଓ ସାତକିଆରୀ ଗ୍ରାମର ଦୟାଲ ସିଂ ଭଦ୍ରା ବାଇକ୍ ଯୋଗେ ଆସୁଥିଲେ‌। ଏହି ସମୟରେ ପଲସମା କଲେଜ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ବନ୍ଧୁକ ଦେଖାଇ ସେମାନଙ୍କଠାରୁ ସମସ୍ତ ଟଙ୍କା ଲୁଟ୍‌ କରି ଫେରାର୍ ମାରିଥିଲେ। ଏ ସମ୍ପର୍କରେ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe