ପ୍ରାଣ ହାରିଲେ ଯୁବକ ଓ ଯୁବତୀ: ପୁଲିସର ତଦନ୍ତ ଆରମ୍ଭ

Advertisment
ପ୍ରାଣ ହାରିଲେ ଯୁବକ ଓ ଯୁବତୀ: ପୁଲିସର ତଦନ୍ତ ଆରମ୍ଭ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳ ଥାନା ଆଉଁଳି ଗ୍ରାମରେ ଜଣେ ଯୁବକ ଓ ଯୁବତୀର ଶବ ଝୁଲୁଛି । ଗ୍ରାମର କୁମ୍ଭାର ସାହିର ମହୁଲ ଗଛରେ ଗତକାଲି ରାତି ୧ ଟାରୁ ଝୁଲୁଥିବା ଜନସାଧାରଣ ଦେଖିଥିଲେ। ଯୁବକ ଜଣଙ୍କ ଆଉଁଳି ଗ୍ରାମର ଗିରିଧାରୀ ବେହେରାଙ୍କ ପୁଅ ୨୨ ବର୍ଷର ପୁଅ ଆଲୋକ ବେହେରା ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କର ପରିଚୟ ମିଳି ପାରି ନାହିଁ।

ପ୍ରେମ ଜନିତ ବ୍ୟାପାରରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଖବରପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣା ଜିଲ୍ଲାରେ ଏବେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe