ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

Advertisment
ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମ ପତ୍ରା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ଲୁଚାଇବା ପାଇଁ କେହି ଉକ୍ତ ବିଦ୍ୟୁତ୍ ତାରକୁ ନେଇ ଯାଇଥିବା ବେଳେ ଘଟଣାସ୍ଥଳରେ କାଠ ଖୁଣ୍ଟି ଓ ବୋତଲ ପଡ଼ି ରହିଛି। ଏଭଳି ଘଟଣା ଏବେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ହେଲେ ସେହି ଗ୍ରାମର ଦେବ ସାହୁ (୫୦)। ସୋମବାର ରାତି ୯ଟାରେ ଘଟଣା ଘଟିଥିବା ବେଳେ ସକାଳୁ କିଛି ଲୋକ ଶୌଚ ପାଇଁ ଯାଇ ଶବକୁ ଦେଖି ପୁଲିସକୁ ଜଣାଇଥିଲେ। ସୂଚନା ଅନୁସାରେ ମୃତକ ଦେବ ସୋମବାର ରାତିରେ ଆସି ଘରୁକୁ ଫେରି ନ ଥିଲା। ପରିବାର ଲୋକ ଖୋଜାଖୋଜି କରି ଚୁପ୍ ଥିଲେ। ସକାଳୁ ଖବର ପାଇ ଆସି ଦେଖିଥିଲେ। ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଦେବ ସାହୁଙ୍କର ମୃତଦେହ ଜବତ କରିଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe