ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳର ଜନୈକା ଯୁବତୀଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗାଁର ଜନୈକ ବିବାହିତ ଯୁବକ ପ୍ରେମ କରି ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇ ନଥିବା ବେଳେ ଶିନବାର ଦିଆଯିବ ବୋଲି ଯୁବତୀଙ୍କ ପରିବାର ସୂତ୍ରରୁ ପ୍ରକାଶ। ସଂପୃକ୍ତା ଯୁବତୀଙ୍କ ପ୍ରାୟ ଦେଢ଼ ବର୍ଷ ହେଲା ଛେଣ୍ଡିପଦା ଗାଁ’ର ଗୋକୁଳ ସେନାପତିଙ୍କ ପୁଅ ବୀରବର ସେନାପତି ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ସମୟରେ ଯୁବତୀ ଜଣକ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ପରେ ସେ ବୀରବର ସହ ଘରୁ ଚାଲି ଯାଇ ଉଭୟେ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ। ମାତ୍ର ବୀରବର ପୂର୍ବରୁ ବିବାହିତ ଓ ତା’ର ଦୁଇଟି ପୁଅ ଥିବା ଯୁବତୀ ଜଣକ ଜାଣିବାକୁ ପାଇଥିଲେ। ଏହା ଜଣାପଡ଼ିବା ପରେ ବୀରବର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲା। ମାତ୍ର ସେ ସବୁକୁ ସହି ରହିଥିବା ବେଳେ ଗତ ୨୫ ତାରିଖ ଦିନ ରାତି ପ୍ରାୟ ୯ଟା ବେଳେ ବୀରବର ତାଙ୍କୁ ଅନୁଗୁଳ ଜିଲ୍ଲା ଜରପଡ଼ା ନିକଟସ୍ଥ ଦୁର୍ଗାପୁର ଜଙ୍ଗଲରେ ଏକୁଟିଆ ଛାଡ଼ି କେଉଁଆଡ଼େ ପଳାଇଥିଲା। ତେବେ ବହୁ କଷ୍ଟରେ ସମ୍ବଲପୁର ଯାଇ ସେଠାରେ ଜଣେ ସାଙ୍ଗ ଘରେ ରହିବା ପରେ ଶୁକ୍ରବାର ନିଜ ଗାଁରେ ପହଞ୍ଚିଥିବା ଯୁବତୀ ଜଣକ କହିଛନ୍ତି।
ଯୁବତୀଙ୍କୁ ବିବାହିତ ଯୁବକଙ୍କ ପ୍ରେମ ପ୍ରତାରଣା
Advertisment
Follow Us