ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ:୫୧ ସଦସ୍ୟଙ୍କୁ ଉଠାଇ ନେଲା ପୁଲିସ

Advertisment
ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ:୫୧ ସଦସ୍ୟଙ୍କୁ ଉଠାଇ ନେଲା ପୁଲିସ

ଦେବଗଡ଼: ଦେବଗଡ଼ ସ୍ଥିତ ରାଜା ବାସୁଦେବ ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ। ତେବେ ଏହାକୁ ବର୍ଜନ କରି ନିଖିଳ ଓଡ଼ିଶା ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ, ଦେବଗଡ଼ ଶାଖା ବୁଧବାର ଠାରୁ ଆନ୍ଦୋଳନକୁ ବ୍ୟାପକ କରିଛି। ଆଜି ମଞ୍ଚର ସଦସ୍ୟମାନେ ସକାଳ ୯ଟା ବେଳେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସମ୍ମୁଖ ଓ ପଛ ପାଖ ଫାଟ ଆଗରେ ଧାରଣାରେ ବସି ରହିଥିଲେ। ଫଳରେ ମୂଲ୍ୟାୟନ ପାଇଁ ଆସିଥିବା ଜଣେ ବି ଶିକ୍ଷକ କେନ୍ଦ୍ରକୁ ପଶି ନ ପାରି ବାହାରେ ଅପେକ୍ଷା କରି ରହିଥିଲେ। ଯଦ୍ୱାରା ପ୍ରାୟ ଘଣ୍ଟାଏ କାଳ ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଥିଲା। ଦିନ ୧୧ଟା ବେଳେ ଦେବଗଡ଼ ଉପଜିଲ୍ଲାପାଳ ବିମଳେନ୍ଦୁ ମିଶ୍ର ଓ ଅତିରିକ୍ତ ଏସ୍‌ପି ରବି ନାରାୟଣ ସିଂଙ୍କ ଉପସ୍ଥିତିରେ ପୁଲିସ୍‌ ମଞ୍ଚର ସଭାପତି ବିଜୟ ଶତପଥୀ ଓ ସମ୍ପାଦକ ହେମନ୍ତ ପ୍ରଧାନଙ୍କ ସହ ୫୧ ଜଣ ସଦସ୍ୟ/ସଦସ୍ୟାଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ ଏସ୍‌ଏସ୍‌ ବାଟାଲିୟନର ବାରାକରେ ଅଟକ ରଖାଯିବା ପରେ ମୂଲ୍ୟାୟନ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଅପରାହ୍‌ଣରେ ସଂପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe