bumrungrad.com
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ମହାସିନ୍ଧୁ ଗ୍ରାମର ଫଗୁଆ ମୁଣ୍ଡାଙ୍କ ପୁଅ ନରସିଂହ ମୁଣ୍ଡା (୧୧ ବର୍ଷ)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶନିବାର ରାତିରେ ନରସିଂହ ଶୋଇଥିବା ବେଳେ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା।
ରାତି ୩ଟାରେ ନରସିଂହଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Follow Us